ସଂଯୁକ୍ତ କିଷାନ ମୋର୍ଚ୍ଚା ଡ଼ାକରାରେ ବାରିପଦାରେ ରେଳରୋକ 

ବାରିପଦା : ଉତ୍ତରପ୍ରଦେଶ ଲଖିମପୁର ଖେରୀ କୃଷକ ଗଣହତ୍ୟା ଘଟଣାର ତଦନ୍ତରେ ନିରପେକ୍ଷତା ପାଇଁ ସ୍ଵରାଷ୍ଟ୍ର ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ କରିବା, ଉକ୍ତ ଘଟଣାରେ ଅପରାଧୀ ମାନଙ୍କୁ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, କୃଷକ ବିରୋଧୀ ତିନି  କୃଷି ଆଇନ ରଦ୍ଦ କରିବା ଏବଂ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପ୍ରଦାନ ପାଇଁ ଆଇନ ବ୍ୟବସ୍ଥା କରିବା ଦାବି ନେଇ ବାରିପଦାରେ ହୋଇଛି ରେଳରୋକ ।
ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ଆଜି ଦିନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ରେଳରୋକର ଅଂଶବିଶେଷ ଭାବେ ବାରିପଦା ରେଳ ଷ୍ଟେସନ ରେ କିଷାନ ମୋର୍ଚ୍ଚା ମୟୁରଭଞ୍ଜ ପକ୍ଷରୁ ରେଳ ରୋକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସିପିଆଇ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ସିପିଏମର ରବି ଗୋସ୍ୱାମୀ, ଟାଉନ କଂଗ୍ରେସ ସଭାପତି ଶାନ୍ତନୁ ପାଲ,ସିଆଇଟିୟୁ ର ଅମଲ ଦେ, ଏଆଇଟିୟୁସି ପକ୍ଷ ରୁ କାହ୍ନୁଚରଣ ବେହେରା, ଶ୍ରୀକାନ୍ତ ସାମଲ, ସ୍ବାଗନ ଦାସ, ବୁଧୁରାମ ସିଂ(କିଶାନ ଇଣ୍ଡିଆ)ଆବାହକ, ସୁଦର୍ଶନ ରାଉଳ, କୃତିବାସ ନାଥ,ସିଙ୍ଗଲତା ମାଝୀ, ଲକ୍ଷ୍ମଣ ମାହାନ୍ତି, ଜୟରାମ ନାୟକ, ମହେଶ୍ୱର ବେହେରା,ଶଶିଧର ଦଳେଇ, ଦୀପକ ବୋଷ , ନିର୍ମଳ ପ୍ରଧାନ ପ୍ରମୁଖ ଶତାଧିକ କର୍ମୀ ସାମିଲ ହୋଇଥିଲେ ।
ସମ୍ବନ୍ଧିତ ଖବର