ପୋଖରୀରେ ବୁଡି ଆଦିବାସୀ ମହିଳା ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡା ଗ୍ରାମରେ ପୋଖରୀରେ ବୁଡ଼ିଯିବାରୁ ରବିବାର ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଡ଼ାଳିମ୍ବ ମୁଣ୍ଡା (୫୫) ବୋଲି ଜଣାପଡ଼ିଛି। ସେ ଗ୍ରାମର ଅନ୍ୟ ଜଣ ମହିଳାଙ୍କ ସହ ମିଶି ପଂଚୟତ ପଛରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଡାଳିମ୍ବ ଆଜି ଗାଧୋଇବାକୁ ପୋଖରୀରେ ପଶିବା ବେଳେ ଗଭୀର ପାଣିରେ ବୁଡି ଯାଇଥିଲେ । ଅନ୍ୟ ମହିଳା ଜଣକ ଉଦ୍ଧାର କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ।

ସୂଚନା ମିଳିବା ପରେ ପାଟଣା ଦମକଳ କେନ୍ଦ୍ରର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାଲିମ୍ବଙ୍କୁ ଡାକ୍ତର କିଛି ସମୟ ପରେ ମୃତ ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇ ଘଟଣାର ତଦନ୍ତ ଚାଲୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର