ପରକୀୟା ପ୍ରୀତି: ବନ୍ଦ ଘରୁ ମିଳିଲା ସମ୍ପର୍କୀୟ ଦିଅର ଭାଉଜଙ୍କ ଝୁଲନ୍ତା ମୃତଦେହ

ସାଲେପୁର/ ନିଶ୍ଚିନ୍ତକୋଇଲି: ପରକୀୟା ପ୍ରୀତିର ଭୟଙ୍କର ପରିଣତି ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ କେନ୍ଦୁପଟଣା ପଞ୍ଚାତର ଖଣ୍ଡଗାଁ ଗ୍ରାମରେ। ଗ୍ରାମର ଜଣେ ବିବାହିତା ମହିଳା ଓ ତାଙ୍କ ସମ୍ପର୍କୀୟ ଦିଅରଙ୍କ ମଧ୍ୟରେ ଚାଲିଥିବା ଗୁୁପ୍ତ ପ୍ରଣୟ ପ୍ରଘଟ ହୋଇଯିବା ଆଶଙ୍କାରେ ଉଭୟ ଆତ୍ମହତ୍ୟା କରିଛନ୍ତି। ଗତକାଲିି ରାତିରେ ଏହି ସମ୍ପର୍କୀୟ ଭାଉଜ-ଦିଅର ଗୋଟିଏ ଘର ଭିତରେ ଥିବା ବେଳେ ପରିବାର ଲୋକେ ଜାଣିଯିବାରୁ ସେହି ଘର ଭିତରେ ଉଭୟ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।


ମିଳିଥିବା ସୂଚନା ଅନୁଯାୟୀ, ଖଣ୍ଡଗାଁ ଗ୍ରାମର କ୍ଷୀରୋଦ ବେହେରା ସାଇକେଲରେ ଲୁଗା ଧରି ଫେରି ବ୍ୟବସାୟ କରନ୍ତି। ଘରେ ତାଙ୍କର ପତ୍ନୀ ତୁଳସୀ ବେହେରା(୨୫ ବର୍ଷ) ରୁହନ୍ତି । ତେବେ ଗତ କିଛି ଦିନ ହେବ ତୁଳସୀଙ୍କର ଗ୍ରାମର ଭଞ୍ଜ ପାତ୍ର (୨୬ ବର୍ଷ) ନାମକ ଜଣେ ସମ୍ପର୍କୀୟ ଦିଅରଙ୍କ ସହିତ  ପରକୀୟା ପ୍ରୀତି ଚାଲିଥିବା ନେଇ କ୍ଷୀରାଦ ସନ୍ଦେହ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ କ୍ଷୀରୋଦ ଘରକୁ ଫେରି ତୁଳସୀଙ୍କ ଶୋଇବା ଘରେ ଭଞ୍ଜ ପାତ୍ର ଥିବା ଜାଣିବାକୁ ପାଇଥିଲେ। ପରେ ତୁଳସୀଙ୍କ ଶାଶୁଘର ଲୋକ ଓ ସ୍ୱାମୀ କ୍ଷୀରୋଦ ତୁଳସୀଙ୍କ ଶୋଇବା ଘର ଭିତରେ ଘର ତୁଳସୀଙ୍କ ସହିତ (୨୫ ବର୍ଷ) ଭଞ୍ଜଙ୍କୁ ସଙ୍ଗେସଙ୍ଗେ ଘର ବାହାର ପଟୁ କବାଟ ଦେଇ ସାହି ପଡ଼ିିଶାଙ୍କୁ ଡାକିବା ସହିତ ପୁଲିସକୁ ଖବର ଦେଇଥିଲେ। ଆଜି ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବା ବେଳକୁ ଘରର ସିଲିଂ ଫ୍ୟାନ୍‌ରେ ଉଭୟ ସର୍ମ୍ପକୀୟ ଭାଉଜ, ଦିଅରଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଏ ନେଇ ପୁଲିସ ତଦନ୍ତ ଚଳାଇଥିବା ବେଳେ ତାଙ୍କ ପୁଅକୁ ହତ୍ୟା କରି ସେଠାରେ ଝୁଲାଇ ଦିଆଯାଇଥିବା ଭାଉଜଙ୍କ ବାପା ଅଭିଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର