ନମ୍ବର ବିହୀନ ବସର ଭିଡିଓ ଭାଇରାଲ

ଜୟପୁର: ଆଜି ଗୋଟିଏ ନମ୍ବର ବିହୀନ ବସର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଆଂଚଳିକ ପରିବହନ ବିଭାଗ ଜାଗ୍ରତ ହୋଇଛି। ଉକ୍ତ ବସକୁ ଅଟକାଇ ରଖିବା ସହ କାଗଜପତ୍ର ଯାଂଚ କରାଯାଉଥିବା ଏଆରଟିଓ ତପନ କୁମାର ବେଟୀ ସୂଚନା ଦେଇଛନ୍ତି। ସେ ଛୁଟିରେ ଥିବାରୁ ଟିଏସଆଇ ଯାଂଚ କରୁଛନ୍ତି ବୋଲି କହିଛନ୍ତି। ଉକ୍ତ ଘରୋଇବସଟି ଜୟପୁରରୁ ଦାମନଯୋଡି ଯାଉଥିବାବେଳେ ନମ୍ବର ବିହୀନ ରହିଥିଲା। ବସରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଉଥିବା ବସର ପଂଜୀକୃତ ନମ୍ବର ନଥିବା ଦେଖି ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।

ଏନେଇ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଅଭିଯୋଗ ହେବା ପରେ କାଗଜପତ୍ର ଯାଂଚ କରାଯାଇଥିଲା। ତେବେ ପ୍ରଶ୍ନ ଉଠୁଛି ଯେ ବସଟି ନମ୍ବରବିହୀନ ଭାବେ କିଭଳି ବୁଲୁଥିଲା। ରାଜ୍ୟ ସରକାର ସଂପ୍ରତି ଲକ୍ଷ୍ମୀ ବସ ଚଳାଇବାକୁ ଯୋଜନା କରିବା ପରେ ଘରୋଇ ବସ ମାଲିକମାନେ ବିରୋଧ କରି ଆସୁଥିଲେ। ଗାଡ଼ି ଗୁଡିକର ବୀମା, ପରମିଟ, ଫିଟନେସ୍ , ପଲ୍ୟୁସନ୍ ଆଦିର ଯାଂଚ କରାଯିବ ବୋଲି ସରକାର ଘୋଷଣା କରିବା ପରେ ଘରୋଇ ବସ ମାଲିକମାନେ ଚୁପ ରହିଥିଲେ। କାଗଜପତ୍ର ଯାଂଚ ଚାଲିଥିବାରୁ ସ୍ପଷ୍ଟ ସୂଚନା ମିଳିପାରିନି।

ସମ୍ବନ୍ଧିତ ଖବର