ଦେବଗିରି ଆଶ୍ରମର ମହନ୍ତଙ୍କୁ ପ୍ରାଣାନ୍ତକ ଆକ୍ରମଣ: ବିଶ୍ବହିନ୍ଦୁ ପରିଷଦର ନିନ୍ଦା, ସ୍ଵତନ୍ତ୍ର ସୁରକ୍ଷା କମିସନ ଗଠନ ପାଇଁ ଦାବି

ଜୟପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ଦେବଗିରି ଆଶ୍ରମର ମହନ୍ତ ବାବା କ୍ରାନ୍ତି ସ୍ଵରୂପାନନ୍ଦ ଗିରିଙ୍କ ଉପରେ ଅସାମାଜିକ ତତ୍ତ୍ଵ ଦ୍ଵାରା ମରଣାନ୍ତକ ଆକ୍ରମଣକୁ ବିଶ୍ଵହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ତରଫରୁ ଦୃଢ଼ ନିନ୍ଦା କରାଯାଇଛି।ପରିଷଦର ସଭାପତି ଡା. ରାଜକୁମାର ବଡପଣ୍ଡା କହିଛନ୍ତି ଯେ ଓଡିଶାରେ ସାଧୁସନ୍ଥ ଙ୍କୁ ସୁରକ୍ଷା ଦେବାରେ ଓଡିଶା ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି।ସାଧୁସନ୍ଥ ତଥା ମଠ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ ହେବା ସତ୍ତ୍ଵେ ଏହାକୁ ରୋକିବାରେ ରାଜ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।ଫଳରେ ହିନ୍ଦୁ ବିରୋଧୀ ତତ୍ତ୍ଵ ମାନେ ସାହସ ପାଇ ବାରମ୍ବାର ଏପରି ନାରକୀୟ କାଣ୍ଡ ଘଟାଇ ଚାଲିଛନ୍ତି ବୋଲି ଏକ ପ୍ରେସ ବିଞପ୍ତିରେ ଜଣାଇଛନ୍ତି। ଏହି ପ୍ରେସ୍ ବିଞପ୍ତିକୁ ବିଶ୍ଵହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ତରଫରୁ ପ୍ରାନ୍ତ ସହ ପ୍ରଚାର ପ୍ରସାର ପ୍ରମୁଖ ପବିତ୍ର କୁମାର ଦାଶ ଜାରି କରିଛନ୍ତି। ରାଜ୍ୟରେ ହିନ୍ଦୁ ମଠ, ମନ୍ଦିର ଏବଂ ସାଧୁସନ୍ଥ ମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ସ୍ଵତନ୍ତ୍ର ସୁରକ୍ଷା କମିଶନ ଗଠନ କରିବା ପାଇ ବିଶ୍ଵହିନ୍ଦୁ ପରିଷଦ ତରଫରୁ ଦାବି କରିଥିଲେ। ଏହି ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ଏହି ପ୍ରେସ ବିଞପ୍ତି ମାଧ୍ୟମରେ ଚେତାବନୀ ଦିଆଯାଇଛି।

 

ସମ୍ବନ୍ଧିତ ଖବର