ଗୋଟିଏ ଜାହାଜ ଥରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିବାକୁ ଲାଗିଲା। ଜାହାଜରେ ଥିବା ଯାତ୍ରୀମାନଙ୍କ ଭିତରେ ଆତଙ୍କ ଖେଳିଗଲା। ଜାହାଜର କ୍ୟାପଟେନ ଜାହାଜରେ ଥିବା ଲାଇଫ୍ ଜ୍ୟାକେଟସବୁକୁ ଯାତ୍ରୀମାନଙ୍କ ଭିତରେ ବାଣ୍ଟିବାକୁ ଲାଗିଲେ ଏବ˚ ଜାହାଜ ଛାଡ଼ି ପାଣିକୁ ଡେଇଁ ପଡ଼ିବାକୁ ପରାମର୍ଶ ଦେଲେ।
ଲାଇଫ୍ ଜ୍ୟାକେଟ ବଣ୍ଟା ସରିବା ପରେ ଦେଖାଗଲା ଯେ ଗୋଟିଏ ଊଣା ପଡୁଛି। ଗୋଟିଏ ଦ˚ପତି ଓ ତାଙ୍କର କୁନି ପୁଅଙ୍କ ଲାଗି ଅବଶେଷରେ ବଳିଥିଲା ଦୁଇଟି ଲାଇଫ୍ ଜ୍ୟାକେଟ୍। ଗୋଟିଏ ଜ୍ୟାକେଟ୍ ସାନ ପିଲା ଲାଗି ଏବ˚ ଆରଟି ଜଣେ ବୟସ୍କଙ୍କ ଲାଗି। ବର୍ତ୍ତମାନ ସାନ ପିଲାଟି ତାର ଲାଇଫ୍ ଜ୍ୟାକେଟ ପିନ୍ଧିଲା। ଏବେ କଥା ଥିଲା ସ୍ବାମୀ ଓ ସ୍ତ୍ରୀଙ୍କ ଭିତରୁ କିଏ ସେଇ ଶେଷ ଲାଇଫ୍ ଜ୍ୟାକେଟ ପିନ୍ଧିବ। କିଛି ସମୟ ତାହା ସେମିତି ପଡ଼ି ରହିଲା। ସ୍ବାମୀ ଓ ସ୍ତ୍ରୀଙ୍କ ଭିତରୁ କେହି ହେଲେ ତାକୁ ଉଠାଇଲେ ନାହିଁ।
ଜାହାଜ ଦ୍ରୁତ ଗତିରେ ବୁଡ଼ିବାକୁ ଲାଗିଥିଲା। ଏବେ ସ୍ତ୍ରୀ ଲୋକ ଜଣକ ଲାଇଫ୍ ଜ୍ୟାକେଟକୁ ଉଠାଇଲେ। ଏହା ଦେଖି ସ୍ବାମୀ ମନରେ କ୍ଷଣିକ ଲାଗି ଭାବନାଟିଏ ଆସିଗଲା-ଜାଣିଥିଲି ଏୟା ହେବ।
କିନ୍ତୁ ପରକ୍ଷଣରେ ତାହା ବଦଳିଗଲା। କାରଣ ମହିଳା ଜଣକ ସେଇ ଲାଇଫ୍ ଜ୍ୟାକେଟକୁ ତାଙ୍କ ସ୍ବାମୀଙ୍କ ଆଡ଼କୁ ବଢାଇ ଦେଇ କହିଲେ-ଆଉ ସମୟ ନାହିଁ। ୟାକୁ ପିନ୍ଧି ପକାଅ।
ସ୍ବାମୀ କହିଲେ- କିନ୍ତୁ ତୁମେ?
ମହିଳା କହିଲେ-ଏଭଳି ଘଡ଼ିସନ୍ଧି କ୍ଷଣରେ ନିଷ୍ପତ୍ତି ନେବାର ସ˚କଟକୁ ଅତିକ୍ରମ ନ କଲେ କେହି ହେଲେ ବଞ୍ଚିବା ନାହିଁ। ତେଣୁ ତୁମେ ପିନ୍ଧିପକାଅ ଏବ˚ କଥା ଦିଅ, ଛୁଆଟିର ପାରୁପର୍ଯ୍ୟନ୍ତ ଯତ୍ନ ନେବ। ସ୍ବାମୀ ଲାଇଫ୍ ଜ୍ୟାକେଟକୁ ଦେହରେ ଗଳାଇବା ପରେ ପରେ ଜାହାଜ ବୁଡ଼ିସାରିଥିଲା।
ଘଟଣାଟି କିନ୍ତୁ ବିୟୋଗାନ୍ତକ ନ ଥିଲା। ଏକ ଜୀବନ ରକ୍ଷାକାରୀ ଦଳ ସେହି ମହିଳାଙ୍କୁ ଉଦ୍ଧାର କଲେ। କିନ୍ତୁ ନିଷ୍ପତ୍ତି ନେବା ଲାଗି କିଭଳି ଅନେକ ସମୟରେ ଦ୍ବନ୍ଦ୍ବ ଅତିକ୍ରମ କରିବାକୁ ହୁଏ, ଏହା ସେ ନେଇ ଏକ ଶିକ୍ଷା ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର