ନୂଆଦିଲ୍ଲୀ: ସାଧାରଣତଃ ଯେତେବେଳେ ସଙ୍ଗୀତ ଦୁନିଆର ସର୍ବୋତ୍ତମ ସଙ୍ଗୀତ ନିର୍ଦ୍ଦେଶକଙ୍କ କଥା ଆସେ, ସେତେବେଳେ  ଆମ ମନରେ ଏଆର୍ ରେହମାନଙ୍କ ନାମ ପ୍ରଥମେ ଆସେ। ଯେଉଁ ଦିନ ସେ ଭାରତୀୟ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ, ସେହି ଦିନ ଭାରତୀୟ ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା। ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ପୂର୍ବରୁ ରେହମାନ ବିଜ୍ଞାପନ ଏବଂ ଜିଙ୍ଗଲ୍ସ ପାଇଁ ନିର୍ଦ୍ଦେଶନା ଦେଉଥିଲେ। ଏହା ପରେ ପ୍ରଥମ କରି ସେ ମଣି ରତ୍ନମଙ୍କ ଚଳଚ୍ଚିତ୍ର 'ରୋଜା' ସହିତ ଚଳଚ୍ଚିତ୍ରରେ ସଙ୍ଗୀତ ଦେବା ଆରମ୍ଭ କରିଥିଲେ।

Advertisment

ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନଙ୍କ କାମ ଦେଖି ୧୯୯୨ ମସିହାରେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମ ତାଙ୍କ ଚଳଚ୍ଚିତ୍ର 'ରୋଜା'ରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ପାଇଁ ରେହମାନଙ୍କୁ ଅଫର ଦେଇଥିଲେ। ଅଫର ପାଇ ରେହମାନ ସଙ୍ଗେ ସଙ୍ଗେ ହଁ ଭରିଥିଲେ। ପ୍ରଥମ ଫିଲ୍ମରୁ ହିଁ ରେହମାନ୍ କମାଲ କରିବା ସହ ଏହି ଚଳଚ୍ଚିତ୍ରର ପ୍ରତ୍ୟେକ ଗୀତ ସୁପରହିଟ୍ ହୋଇଥିଲା। କେବଳ ଏତିକି ନୁହେଁ, ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା। ତେବେ କୁହାଯାଉଛି ଯେ ପ୍ରଥମ ଚଳଚ୍ଚିତ୍ର ପାଇଁ ରେହମାନଙ୍କୁ ମାତ୍ର ୨୫ହଜାର ଟଙ୍କା ପାରିଶ୍ରମିକ ଦିଆଯାଇଥିଲା।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜି ରେହମାନ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ପାଇଁ ୮କୋଟି ଟଙ୍କା ନେଉଥିବାବେଳେ ଗାଇବା ପାଇଁ ୩କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି। ତାଙ୍କର ମୋଟ ସମ୍ପତ୍ତି ଦେଖିବାକୁ ଗଲେ ଏବେ ସେ ୨୦୦୦କୋଟି ମାଲିକ। ତାଙ୍କର ମାସିକ ଆୟ ୧୫କୋଟିରୁ ଅଧିକ ଏବଂ ବାର୍ଷିକ ଆୟ ୧୫୦କୋଟିରୁ ଅଧିକ।