ପୋଷାକ ଯୋଗୁ ଟ୍ରୋଲ୍ ହେଲେ ଦେବିନା ! ଆପଣଙ୍କୁ ମା’ ଭଳି ଦେଖୁଛୁ, ଏମିତି ପୋଷାକ ପିନ୍ଧନ୍ତୁ ନାହିଁ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ଦେବିନା ବାନାର୍ଜୀ ଏବେ ଦୁଇ ସନ୍ତାନର ଜନନୀ। ସେ ବହୁତ ଦିନ ଧରି ଟେଲିଭିଜନ ଦୁନିଆରୁ ଦୂରରେ ରହିଛନ୍ତି କିନ୍ତୁ ନିଜ ପ୍ରଶଂସକମାନଙ୍କ ସହ ୟୁଟ୍ୟୁବ ଆଉ ଇନଷ୍ଟାଗ୍ରାମ ଦ୍ୱାରା ସବୁବେଳେ ଯୋଡି ହୋଇ ରହିଛନ୍ତି। ଟେଲିଭିଜନ ଦୁନିଆରୁ ଦୂରରେ ରହୁଥିଲେ ମଧ୍ୟ ସେ ବହୁତ ସମୟରେ ଇଭେଣ୍ଟଗୁଡିକରେ ନିଜ ସ୍ୱାମୀ ତଥା ଅଭିନେତା ଗୁରମିତ ଚୌଧୁରୀଙ୍କ ସହ ନଜର ଆସିଥାନ୍ତି ।

ନିକଟରେ ଦେବିନା ଏକ ଆୱାର୍ଡ ସୋ’ରେ ଯୋଗଦେବାକୁ ଯାଇଥିଲେ, ଯେଉଁଥିରେ ସେ ଏକ ଟ୍ରେଣ୍ଡି ଗାଉନ୍ ପିନ୍ଧିଥିଲେ। ଆଉ ସେହି ଆୱାର୍ଡ ସୋ’ର ବହୁତଗୁଡିଏ ଫଟୋ ସେ ନିଜ ସୋସିଆଲ ମିଡିଆରେ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଫଟୋ ସବୁ ଭାଇରାଲ ହେବା ପରେ ସେ ଟ୍ରୋଲିଂର ଶିକାର ହୋଇଛନ୍ତି। କେହି କେହି ସେହି ଫଟୋକୁ ବହୁତ ପ୍ରଶଂସା କରୁଥିବା ବେଳେ ଆଉ କେହି ଟ୍ରୋଲ ମଧ୍ୟ କରିଛନ୍ତି । ଦେବିନାଙ୍କ ଓଜନକୁ ନେଇ ଉପହାସ କରିବା ସହ ତାଙ୍କୁ ବଡି ସେମିଙ୍ଗ୍ ମଧ୍ୟ କରିଛନ୍ତି। ଜଣେ ଇନଷ୍ଟା ବ୍ୟବହାରକାରୀ ଲେଖିଛନ୍ତି, ଆଗେ ନିଜ ଫିଗର ଠିକ କର ତା’ପରେ ଏମିତି ଡ୍ରେସ ପିନ୍ଧିବ । ଆଉ ଜଣେ ଲେଖିଛନ୍ତି, ଡ୍ରେସ ପିନ୍ଧିବା ପରେ ନିଜକୁ ଆଇନାରେ ଦେଖିବାକୁ ଭୁଲି ଯାଉଛନ୍ତି କି?

ତେବେ ଲୋକେ ଏ ଭଳି ଟ୍ରୋଲ କରିବାର ଆଉ ଏକ କାରଣ ହେଲା ସେ ରାମାୟଣ ଧାରାବାହିକରେ ମା’ ସୀତାଙ୍କ ଭୂମିକାରେ ନଜର ଆସିଥିଲେ। ବହୁ ପ୍ରଶଂସକ ତାଙ୍କର ସେ ଇମେଜକୁ ପସନ୍ଦ କରିଥିଲେ ଓ ଦେବିନା ଅଙ୍ଗପ୍ରଦର୍ଶକକାରୀ ପୋଷାକ ପିନ୍ଧିଥିବାରୁ ନାପସନ୍ଦ କରିଥିଲେ। ସେଭଳି ଜଣେ ନେଟିଜେନ୍ ଲେଖିଥିଲେ- ‘ଆପଣ ସୀତାମା, ଦୟାକରି ଏମିତି ଡ୍ରେସ୍ ପିନ୍ଧନ୍ତୁନାହିଁ। ଆମେ ଆପଣଙ୍କୁ ମା’ ବୋଲି ଭାବୁଛୁ। ଆପଣ ଏମିତି ପୋଷାକ ପିନ୍ଧିଲେ ଆମକୁ ଭଲ ଲାଗୁନାହିଁ। ’

ସମ୍ବନ୍ଧିତ ଖବର