କୃଷକ ଆନ୍ଦୋଳନ ସପକ୍ଷରେ ଧର୍ମେନ୍ଦ୍ରଙ୍କ ଟ୍ବିଟ୍‌

ବଲିଉଡ୍‌ର ଦିଗ୍‌ଗଜ ଅଭିନେତା ଧର୍ମେନ୍ଦ୍ର କୃଷକ ଆନ୍ଦୋଳନ ସପକ୍ଷରେ ପୁଣି ଟ୍ବିଟ୍‌ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ କୃଷକଙ୍କ କଷ୍ଟ ଦେଖି ସେ ସହି ପାରୁନାହାନ୍ତି। ସରକାର ତୁରନ୍ତ ଏହାର ସମାଧାନ ବାହାର କରିବା ଉଚିତ। ଧର୍ମେନ୍ଦ୍ର ନିଜର ଏକ ଫଟୋ ଛାଡ଼ିଥିବା ବେଳେ ଫଟୋରେ ସେ ମର୍ମାହତ ଥିବା ଜଣାପଡ଼ୁଛନ୍ତି। ଧର୍ମେନ୍ଦ୍ର ଏହା ପୂର୍ବରୁ ମଧ୍ୟ କୃଷକଙ୍କ ସମର୍ଥନରେ ଏକ ଟ୍ବିଟ୍‌ କରିଥିଲେ। ମାତ୍ର କିଛି ସମୟ ପରେ ଏହାକୁ କାଟି ଦେଇଥିଲେ। ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଥିଲା। ଏହା ଦିଲ୍‌ଜିତ୍‌ ଦୋସାଁଝ, ସୋନୁ ସୁଦ, ରିତେଶ ଦେଶମୁଖ, ତାପସୀ ପନ୍ନୁ, ଏମି ୱିର୍କ, ପ୍ରିୟଙ୍କା ଚୋପ୍ରା, ଜସବରୀ ଜସ୍ସି, ଗୁରଦାସ ମାନ, ଖେସାରୀ ଲାଲ୍‌ ଯାଦବ ପ୍ରମୁଖ କୃଷକଙ୍କ ସମର୍ଥନ ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର