ବିବାହର ୬ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଦିବ୍ୟାଙ୍କା !

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଅଭିନେତା ବିବେକ ଦହିୟା ଏବଂ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ଯୋଡ଼ି ଅନ୍ୟତମ। ପ୍ରଶଂସକମାନେ ଏକ ଦମ୍ପତି ଭାବେ ସେମାନଙ୍କୁ ବହୁତ ପସନ୍ଦ କରନ୍ତି। ଉଭୟଙ୍କ ବିବାହକୁ ପ୍ରାୟ ୬ବର୍ଷ ବିତିସାରିଥିବା ବେଳେ ଏପର୍ଯ୍ୟନ୍ତ ଦୁହେଁ ମାତାପିତା ହୋଇପାରିନାହାନ୍ତି। ବିବାହ ପରେ ଲାଇମଲାଇଟରୁ ଦୂରେଇ ଯାଇଥିବା ଏହି ଯୋଡ଼ି ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କୌଣସି ଧାରାବାହିକ ବା ଫିଲ୍ମ ପାଇଁ ନୁହେଁ, ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏହି ଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି।

କୁହାଯାଉଛି ଯେ, ବିବାହର ୬ବର୍ଷ ପରେ ଦିବ୍ୟାଙ୍କା ମା’ ହେବାକୁ ଯାଉଛନ୍ତି। ଗତ କିଛି ଦିନ ହେବ ଏହି ଖବରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କ ସ୍ବାମୀ ବିବେକ ଏହି ଖବରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି “ମୁଁ ବୁଝିପାରୁ ନାହିଁ କାହିଁକି ଏହା ଆମ ସହିତ ସବୁବେଳେ ଘଟେ। ସୋସିଆଲ ମିଡିଆରେ ଏଭଳି ଖବର ଅନେକ ଥର ଆସିଛି, କିନ୍ତୁ ନା, ଦିବ୍ୟାଙ୍କା ଗର୍ଭବତୀ ନୁହଁନ୍ତି। ଯେତେବେଳେ ସେ ଗର୍ଭବତୀ ହେବେ ଆମେ ନିଶ୍ଚିତ ଭାବରେ ପ୍ରଶଂସକମାନଙ୍କୁ ଏହା ବିଷୟରେ କହିବୁ।

ଉଲ୍ଲେଖଯୋଗ୍ୟ, ଅଭିନେତା ବିବେକ ଦହିଆଙ୍କ ସହ ଦିବ୍ୟାଙ୍କା ତ୍ରିପାଠୀଙ୍କ ପ୍ରଥମ ସାକ୍ଷାତ ଧାରାବାହିକ ‘ୟେ ହେ ମହବତେଁ’ର ସେଟରେ ହୋଇଥିଲା। ଏହି ସୋ’ର ସେଟରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଦୁହେଁ କିଛି ବର୍ଷ ପରସ୍ପରକୁ ଡେଟ କରିଥିଲେ ଏବଂ ପରେ ୨୦୧୬ରେ ଦିବ୍ୟାଙ୍କା ନିଜ ସହର ଭୋପାଳରେ ବିବେକଙ୍କୁ ବିବାହ କରିଥିଲେ।

ସମ୍ବନ୍ଧିତ ଖବର