ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ‘ଗଦର-୨’ର ଓପେନିଂ କଲେକ୍ସନ! ପ୍ରଥମ ଦିନରେ ରୋଜଗାର ହେବ…

ନୂଆଦିଲ୍ଲୀ: ଅଭିନେତା ସନ୍ନି ଦେଓଲ ପୁଣି ଥରେ ତାରା ସିଂଙ୍କ ଭୂମିକାରେ ଫେରିଛନ୍ତି। ତାଙ୍କ ଫିଲ୍ମ ‘ଗଦର-୨’ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି। ନିକଟ ଅତୀତରେ ‘ଗଦର-୨’ ପାଇଁ ଅଗ୍ରୀମ  ବୁକିଂ ଆରମ୍ଭ ହୋଇସାରିଛି। ଯେଉଁଥିରେ ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଏହି ଫିଲ୍ମଟିକୁ ଖୁବ୍ ଭଲ ପ୍ରତିକ୍ରିୟା ମିଳିଛି। ଏପର୍ଯ୍ୟନ୍ତ ‘ଗଦର-୨’ ପାଇଁ ୩ ଲକ୍ଷରୁ ଅଧିକ ଟିକେଟ୍ ଆଗୁଆ ବୁକିଂରେ ହୋଇସାରିଲାଣି।

ଏଭଳି ପରିସ୍ଥିତିରେ ଫିଲ୍ମର ପ୍ରଥମ ଦିନର ବକ୍ସ ଅଫିସ୍ ସଂଗ୍ରହ କେତେ ହେବ ସେ ବିଷୟରେ କଳ୍ପନା କରିବା ଆରମ୍ଭ କରି ଦେଇଛନ୍ତି। ଏହାରି ମଧ୍ୟରେ, ‘ଗଦର-୨’ର ପ୍ରଥମ ଦିନ ବକ୍ସ ଅଫିସ୍ କଲେକ୍ସନର ପୂର୍ବାନୁମାନ ରିପୋର୍ଟ ସାମ୍ନାକୁ ଆସିଛି।

ନିଜକୁ ଚଳଚ୍ଚିତ୍ର ସମାଲୋଚକ ତଥା ବାଣିଜ୍ୟ ବିଶ୍ଳେଷକ ବୋଲି ଦାବି କରୁଥିବା କେଆର୍‌କେ ସନ୍ନି ଦେଓଲଙ୍କ ଏହି ସିନେମା ବିଷୟରେ ତଙ୍କର ଭବିଷ୍ୟବାଣୀ କରିଛନ୍ତି। ସୋସିଆଲ ମିଡିଆରେ କେଆର୍‌କେ କହିଛନ୍ତି ଯେ ‘ଗଦର-୨’ ଫିଲ୍ମ ପ୍ରଥମ ଦିନରେ ୧୫-୧୮ କୋଟି ଟଙ୍କା ରୋଜଗାର କରିବାକୁ ଯାଉଛି। ସୋସିଆଲ ମିଡିଆରେ କେଆର୍‌କେ ବହୁତ ସକ୍ରିୟ ରହିଥାଆନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆ ମାଧ୍ୟମରେ ତାରକା ଏବଂ ସେମାନଙ୍କ ଚଳଚ୍ଚିତ୍ର ବିଷୟରେ ନିଜର ମତ ଦିଅନ୍ତି। ସେ ତାଙ୍କର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ‘ଗଦର-୨’କୁ ନେଇ ଏହି ପୂର୍ବାନୁମାନ କରିଛନ୍ତି।

 

କେଆର୍‌କେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ସର୍ଭେର ଫଳାଫଳ ଅନୁଯାୟୀ, ‘ଗଦର-୨’ ଫିଲ୍ମ ୧୫-୧୮ କୋଟି ଟଙ୍କାରେ ଖାତା ଖୋଲିବ। କେଆର୍‌କେଙ୍କର ଏହି ଟ୍ୱିଟ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ସନ୍ନି ଦେଓଲଙ୍କ ପ୍ରଶଂସକଙ୍କ ସମେତ ସମସ୍ତ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ଟ୍ୱିଟରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି।

ଆମେ ଆପଣଙ୍କୁ କହିରଖୁଛୁ ଯେ ୨୦୦୧ ମସିହାରେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ବର୍ତ୍ତମାନ ୨୨ ବର୍ଷ ପରେ ନିର୍ଦ୍ଦେଶକ ଅନିଲ ଶର୍ମା ଏହାର ଦ୍ବିତୀୟ ଭାଗ ନେଇ ଆସୁଥିବା ବେଳେ ବେଶ୍‌ ଉତ୍ସାହିତ ଅଛନ୍ତି ଦର୍ଶକ।

ସମ୍ବନ୍ଧିତ ଖବର