ବିବାହ ବିଷୟରେ ଚିନ୍ତା କରୁଛ କି ନାହିଁ ପଚରାଯିବା ପରେ କ୍ୟାଟ୍‌ କହିଲେ; ବିବାହ ଚିନ୍ତା କରିବା ଜିନିଷ ନୁହେଁ, କରିବା ଜିନିଷ

ମୁମ୍ବାଇ : ଗତ ବର୍ଷ ରିଲିଜ୍‌ ହୋଇଥିବା କ୍ୟାଟ୍ରିନାଙ୍କ ଫିଲ୍ମ ସବୁ ଫ୍ଲପ୍‌ ହୋଇଥିଲେ ମଧ୍ୟ ତାଙ୍କ ଅଭିନୟ ଏବଂ ଚରିତ୍ରକୁ ପସନ୍ଦ କରାଯାଇଥିଲା । ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ ଏବଂ ଫିଲ୍ମ ‘ଜିରୋ’ ରିଲିଜ୍‌ ପରେ ଏବେ ଆଗକୁ କ୍ୟାଟ୍ରିନାଙ୍କ ଫିଲ୍ମ ‘ଭାରତ’ ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମର ଟିଜର ସାମ୍ନାକୁ ଆସି ସାରିଥିବା ବେଳେ ତାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି । ଟିଜରଟି ଫିଲ୍ମ ହିଟ୍‌ ହେବାର ସଙ୍କେତ ଦେଇ ସାରିଥିବା ବେଳେ କ୍ୟାଟ୍‌ ଏବଂ ସଲମାନଙ୍କ ଚରିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

AajTak

ଫିଲ୍ମକୁ ନେଇ କ୍ୟାଟ୍ରିନା ଅନେକ ସାକ୍ଷାତକାରରେ ଦେଉଥିବା ବେଳେ ତାଙ୍କୁ ଏକ ସାକ୍ଷାତକାରରେ ବିବାହ ବିଷୟରେ ପଚରାଯାଇଥିଲା । ଯାହାର ଉତ୍ତର ରଖି ସେ କହିଥିଲେ, ‘ବିବାହ ଚିନ୍ତା କରିବାର ବିଷୟ ନୁହେଁ । ବିବାହ ହେଉଛି କରିବାର ବିଷୟ । ତୁମେ କେମିତି ଜାଣିବ ତୁମେ କେବେ ବିବାହ କରିବ? ଏହା ଜଣେ ଲୋକର ନିଷ୍ପତ୍ତିି ନୁହେଁ ନା?ଦୁଇ ଜଣ ଥିବା ଦରକାର । ସେ ଯେତେବେଳେ ଆସିବାର ଥିବ ଆସିବ । ଆମେ ଜାଣି ନାହେଁ ଆମ ପାଇଁ କ’ଣ ଭଗବାନ କ’ଣ ରଖିଛନ୍ତି । ଦେଖିବାକୁ ପଡ଼ିବ କ’ଣ ଘଟୁଛି ?’

ସମ୍ବନ୍ଧିତ ଖବର