ଝିଅ ନ ଥିବାରୁ ଅନ୍ୟମାନଙ୍କ ଝିଅ ଅପହରଣ କରୁଥିଲା ଦୁଇ ପୁଅର ବାପା, ପୁଲିସ ଗିରଫ କଲା

ନୂଆଦିଲ୍ଲୀ : ଆଜିକାଲି କେହି ଝିଅ ଚାହୁଁ ନ ଥିବା ବେଳେ ଦିଲ୍ଲୀର ଜଣେ ଯୁବକଙ୍କ କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଟେ ପଟେ କନ୍ୟା ଭ୍ରୁଣ ହତ୍ୟା କରାଯାଉଥିବା ବେଳେ ଅନ୍ୟ ପଟେ ଝିଅ ନ ଥିବାରୁ ଅନ୍ୟମାନଙ୍କ ଝିଅ ଅପହରଣ କରୁଥିଲେ ଦିଲ୍ଲୀରେ ରହୁଥିବା ଜଣେ ୪୦ବର୍ଷୀୟ ଯୁବକ । ପୁଲିସକୁ ଏ ନେଇ ଖବର ମିଳିବା ପରେ ସେ ଅଭିଯୁକ୍ତ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତର ନାଁ କ୍ରିଷ୍ଣା ଦତ୍ତ ତିଓ୍ଵାରୀ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ ରଜୌରୀ ଗାର୍ଡେନର ବାସିନ୍ଦା ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, କୀର୍ତ୍ତି ନଗରର ଜବାହର କ୍ୟାମ୍ପରେ ରହୁଥିବା ବାସିନ୍ଦା ନିଜ ୮ବର୍ଷୀୟ ଝିଅ ନିଖୋଜ ହେବାର ଅଭିଯୋଗ କରିଥିଲେ । ପାଖରେ ଥିବା ସାର୍ବଜନିକ ଶୌଚାଳୟକୁ ଯାଇଥିବା ବେଳେ ଝିଅ ଫେରି ନଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । କିନ୍ତୁ ଅଭିଯୋଗ କରିବାର ପରଦିନ ସକାଳୁ ନିଖୋଜ ହୋଇଥିବା ଝିଅ ଆପେ ଆପେ ଘରକୁ ଫେରି ଆସିଥିଲେ । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ପଚରାଉଚରା ଆରମ୍ଭ କରିଥିଲା । ମୁଁ ଶୌଚାଳୟ ଯାଇଥିବା ବେଳେ ଜଣେ ଯୁବକ ମୋତେ ଚକୋଲେଟ୍‌ ଦେବା ବାହାନାରେ ଡ଼ାକି ତାଙ୍କ ଗାଡ଼ିରେ ବସାଇ ନିଜ ଘରକୁ ନେଇ ଯାଇଥିଲେ । ଏହା ପରେ ରାତି ସାରା ମୋତେ ତାଙ୍କ ଘରେ ରଖିବା ସହ ସକାଳୁ ଆସି ମୋତେ ଆମ ଘର ଆଗରେ ଛାଡ଼ି ଦେଇଥିଲେ ବୋଲି ନିଖୋଜ ବାଳିକା ପୁଲିସକୁ କହିଥିଲେ ।

Indiatimes.com

ଏହା ଶୁଣି ପୁଲିସ ସିସିଟିଭି ଚେକ୍‌ କରିବା ପରେ ଗାଡ଼ିର ନମ୍ବର ଦେଖି ଗାଡ଼ି ମାଲିକ ପାଖରେ ଯାଇ ପହଞ୍ଚିଥିଲା। ଯାହା ପରେ ପୁଲିସ ଅଭିଯୁକ୍ତ କ୍ରିଷ୍ଣାଙ୍କୁ ଗିରଫ କରିବା ପରେ ନାବାଳିକାକୁ ଅପହରଣ କରିବାର କାରଣ ପଚାରିିଥିଲା । ମୋର ଦୁଇ ପୁଅ । କିନ୍ତୁ ମୁଁ ସବୁବେଳେ ଝିଅ ଚାହୁଁଥିଲି । ଏହା ପୂର୍ବରୁ ମଧ୍ୟ ମୁଁ ହରି ନଗର ଅଞ୍ଚଳରୁ ୮ବର୍ଷୀୟ ନାବାଳିକାକୁ ଅପହରଣ କରିଥିଲି । ଦୁଇ ତିନି ଦିନ ମୋ ପାଖରେ ରଖିବା ସହ ମୁଁ ତାକୁ ତାଙ୍କ ଘରେ ଛାଡ଼ି ଦେଇଥିଲି ବୋଲି କହିଛନ୍ତି କ୍ରିଷ୍ଣା । ଝିଅ ନ ଥିବାରୁ ସେ ଏପରି କରୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର