ପୁଣିଥରେ ବଡ଼ପରଦାରେ ଦର୍ଶକ ‘ଏମଏସ୍ ଧୋନି ଦି ଅନଟୋଲ୍ଡ ଷ୍ଟୋରି’ ଚଳଚ୍ଚିତ୍ର ଦେଖିବାକୁ ପାଇ‌ବେ

ନୂଆଦିଲ୍ଲୀ: କ୍ରିକେଟର ଏମଏସ୍ ଧୋନି ଓ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ଆସିଛି । ୨୦୧୬ ମସିହାରେ ରିଲିଜ ହୋଇଥିବା କ୍ରିକେଟର ମହେନ୍ଦ୍ର ସିଂହଙ୍କ ବାୟୋପିକ୍ ଫିଲ୍ମ “ଏମଏସ୍ ଧୋନି ଦି ଅନଟୋଲ୍ଡ ଷ୍ଟୋରି”ପୁଣିଥରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି।

‘ଏମଏସ୍ ଧୋନି ଦି ଅନଟୋଲ୍ଡ ଷ୍ଟୋରି’ ସିନେମା ୨୦୧୬ ମସିହା ସେପ୍ଟେମ୍ବର ୩୦ ତାରିଖରେ ମୁକ୍ତିଲାଭ କରିଥିଲା। ଏହି ସିନେମାରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ସୁଶାନ୍ତ ଧୋନିଙ୍କ ଭୂମିକାକୁ କରିବା ପୂର୍ବରୁ କ୍ରିକେଟରଙ୍କ ଉପରେ ବହୁ ରିସର୍ଚ୍ଚ କରିଥି‌ଲେ। ଏହାପରେ ଯାଇ ସେ ପରଦା ଉପରେ  ଧୋନୀଙ୍କ ଚରିତ୍ରକୁ ଜୀବନ୍ତ କରି ଦେଖାଇ ପାରିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ପ୍ରାୟ ୧୮୪ କୋଟି ଟଙ୍କାରୁ ଅଧିକ ଆୟ କରିଥିବା ଜଣାପଡ଼ିଥିଲା।

୨୦୨୦ ମସିହାରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଖବରକୁ କେହି ବିଶ୍ବାସ କରି ପାରି ନଥିଲେ। ଆଜି ବି ସୁଶାନ୍ତଙ୍କୁ ମନେ ପକାଇ ଅନେକ ଷ୍ଟାର ଓ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟ ସେୟାର କରିଥାଆନ୍ତି।

ସୂଚନାଯୋଗ୍ୟ,  ବର୍ତ୍ତମାନ ଚଳଚ୍ଚିତ୍ରଟି ମଇ ୧୨ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବ। ସିନେମାଟି  ହିନ୍ଦୀ ଭାଷା ସହ ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି। ଏହାଦ୍ବାରା ଦକ୍ଷିଣ ଭାରତର ଦର୍ଶକମାନେ ବି  ‘ଏମଏସ୍ ଧୋନି ଦି ଅନଟୋଲ୍ଡ ଷ୍ଟୋରୀ’ ଦେଖିବାର ସୁଯୋଗ ପାଇ ପାରିବେ।

 

 

ସମ୍ବନ୍ଧିତ ଖବର