ନାସିରୁଦ୍ଦିନ ଶାହାଙ୍କୁ ନିମୋନିଆ, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହାଙ୍କୁ ନିମୋନିଆ | ମଙ୍ଗଳବାର ଏନେଇ ଜଣାପଡିବା ପରେ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଏନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ରତ୍ନା ପଠକ ଶାହା । ତାଙ୍କ ଫୁସଫୁସରେ ନିମୋନିଆର ଏକ ଛୋଟ ପ୍ୟାଚ୍ ଥିବା ଜଣାପଡିବା ପରେ ତାଙ୍କୁ ଖାରର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଚିକିତ୍ସା ପରେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବେ ତାଙ୍କୁ ଖୁବ ଶୀଘ୍ର ଡିସଚାର୍ଜ କରାଯିବା ବୋଲି କହିଛନ୍ତି ପତ୍ନୀ |

Lockdown diaries: Naseeruddin Shah spends quality time with son | Celebrities News – India TV
India TV

ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିବା ନାସିରୁଦ୍ଦିନ ଶାହାଙ୍କୁ ଶେଷ ଥର ପାଇଁ ୨୦୨୦ ଡ୍ରାମା ମେ ରାକ୍ସାମରେ ଏବଂ ଏହାପୂର୍ବରୁ ଆମାଜନ ପ୍ରାଇମ ଭିଡିଓର ୱେବ୍ ଧାରାବାହିକ ବନ୍ଦିସ ବଣ୍ଡିଟ୍ସରେ ଦେଖିବାକୁ ମିଳିଥିଲା। ବନ୍ଦିସ ବଣ୍ଡିଟ୍ସରେରେ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ | ୱେବ୍ ଧାରାବାହିକଟି ରିଲିଜ ପରେ ଖୁବ ଚର୍ଚ୍ଚାରେ ରହିଥିଲା |

ସମ୍ବନ୍ଧିତ ଖବର