ସମାନ ଡିଜାଇନ୍‌ର ପୋଷାକରେ ମା’ଙ୍କ ସହ ଶିଳ୍ପା ସେଟ୍ଟୀ

ଶିଳ୍ପା ସେଟ୍ଟୀ କୁନ୍ଦ୍ରା ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ରହୁଥିବା ବ‌େଳେ ନିଜର ନିତିଦିନିଆ ଜୀବନର ଫଟୋ ସେୟାର କରିଥାଆନ୍ତି। ତେବେ ଏଥର ସେ ନିଜ ଇନଷ୍ଟାଗ୍ରାମରେ ମା’ ସୁନନ୍ଦା ସେଟ୍ଟୀଙ୍କ ସହ ରେଡ୍‌ କଫ୍‌ତାନ ପୋଷାକରେ ନଜର ଆସିଛନ୍ତି। ଶିଳ୍ପା ଲେଖିଛନ୍ତି, ମୋ ପ୍ରଥମ ପ୍ରିୟ ବାନ୍ଧବୀ ସହ ମୋ’ର ସ୍ବପ୍ନକୁ ବାଣ୍ଟୁଛି। ସେ ଦୁନିଆର ସବୁଠୁ ସୁନ୍ଦର ମା’। ଏହା ଆମ ଦୁହିଁଙ୍କର ଏକାଠି ପ୍ରଥମ ସୁଟ୍‌ ହୋଇଥିବାରୁ ଏହି ଫଟୋ ମୋ ପାଇଁ ଅଧିକ ସ୍ପେସାଲ୍‌। ମୋ ମା’ କଫ୍‌ତାନକୁ ପସନ୍ଦ କରୁଥିବାରୁ ସେ ଏଭଳି ଫଟୋ ଉଠାଇବା ପାଇଁ ସମ୍ମତି ଦେଇଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର