ଅଭିନେତ୍ରୀ ଶ୍ରୀନୁ ପରିଖ୍‌ଙ୍କୁ କରୋନା, ଇନ୍‌ଷ୍ଟା ପୋଷ୍ଟ୍‌‌ରେ ଦେଲେ ସୂଚନା

ମୁମ୍ବାଇ: ଇସକ୍‌ବାଜ୍‌ ଅଭିନେତ୍ରୀ ଶ୍ରୀନୁ ପରିଖ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅଭିନେତ୍ରୀ ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକମାନଙ୍କ ସହ ଏହି ଖବର ସେୟାର୍‌ କରିଛନ୍ତି। ସେ ଲେଖିଛନ୍ତି କି ସେ କରୋନା ଭାଇରସ୍‌ ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ଏବେ ସେ ଭଦୋଦରା ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ତାଙ୍କ ପ୍ରଶଂସକମାନଙ୍କୁ କରୋନା ଭାଇରସ୍‌ ପାଇଁ ଅଧିକୁ ଅଧିକ ଯତ୍ନବାନ ହେବାକୁ ଅନୁରୋଧ କରିଛନ୍ତି।‌ ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘ସମସ୍ତଙ୍କୁ ମୋର ହାଏ। କିଛି ଦିନ ତଳେ ମୁଁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲି। ଏବେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛି। ମୋତେ ଓ ମୋ ପରିବାରକୁ ଆପଣମାନଙ୍କ ପ୍ରାର୍ଥନାରେ ସାମିଲ୍‌ କରିଥାନ୍ତୁ।’ ଏହାବ୍ୟତୀତ ସେ ସମସ୍ତ କ‌ରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

 

ସେ ଆହୁରି ବି କହିଛନ୍ତି କି ଅଧିକରୁ ଅଧିକ ଯତ୍ନଶୀଳ ହେବା ପରେ ବି ଆପଣ କରୋନା ଆକ୍ରାନ୍ତ ହୋଇପାରନ୍ତି। ଏଥିରୁ ଆପଣ ଭାଇରସ୍‌ର ଶକ୍ତିକୁ ଚିନ୍ତା କରନ୍ତୁ। ଦୟାକରି ଆପଣମାନେ ଯତ୍ନବାନ ରୁହନ୍ତୁ ଓ ନିଜକୁ ସୁରକ୍ଷିତ ରଖନ୍ତୁ ବୋଲି ସେ ଲେଖିଛନ୍ତି।

ସମ୍ବନ୍ଧିତ ଖବର