ଟଙ୍କା ସଞ୍ଚୟ କରିବା ପାଇଁ ଗୋଟିଏ ଟି-ବ୍ୟାଗକୁ ୨-୩ଥର ବ୍ୟବହାର କରନ୍ତି ସାରା

ମୁମ୍ବାଇ: ଟିଭିରେ ସବୁଠାରୁ ଲୋକପ୍ରିୟ ସୋ ହେଉଛି ‘ଦି କପିଲ ଶର୍ମା ସୋ’। ପ୍ରତି ସପ୍ତାହରେ ଅନେକ ସେଲିବ୍ରିଟି ସେମାନଙ୍କ ଚଳଚ୍ଚିତ୍ର କିମ୍ବା ସେମାନଙ୍କର ଆଗାମୀ ପ୍ରୋଜେକ୍ଟର ପ୍ରମୋସନ କରିବାକୁ ଏହି ସୋ’କୁ ଆସନ୍ତି। ଏହି ସମୟରେ ହାସ୍ୟ ଅଭିନେତା କପିଲ ଶର୍ମା ଏହି ଅତିଥିମାନଙ୍କ ସହିତ ବହୁତ ଥଟ୍ଟା କରନ୍ତି ଏବଂ ଦର୍ଶକଙ୍କୁ ମଧ୍ୟ ମନୋରଞ୍ଜନ କରନ୍ତି।

ଏହି ସପ୍ତାହରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଏବଂ ଅଭିନେତା ଭିକି କୌଶଲ ‘ଦି କପିଲ ଶର୍ମା ସୋ’କୁ ଆସିଥିଲେ। ଦୁହେଁ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର’ ଜରା ହଟକେ ଜରା ବଚକେ’ର ପ୍ରମୋସନ କରିବା ପାଇଁ ଆସିଥିବା ବେଳେ ସାରା ନିଜକୁ ନେଇ ‌ଯେଉଁ ସବୁ ଖୁଲାସା କରିଥିଲେ, ତାହା ଲୋକଙ୍କୁ ହସାଇ ହସାଇ ବେଦମ କରିଥିଲା।

ସାରା କହିଥିଲେ ଯେ, ସେ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ କଞ୍ଜୁସ। ଟଙ୍କା ସଞ୍ଚୟ କରିବା ପାଇଁ ସେ ଗୋଟିଏ ଟି-ବ୍ୟାଗକୁ ୨-୩ଥର ବ୍ୟବହାର କରି ଚା’ ତିଆରି କରନ୍ତି। ତାଙ୍କଠାରୁ ଏଭଳି କଥା ଶୁଣି ଭିକି କୌଶଲ, କପିଲ ଶର୍ମା ଏବଂ ଅର୍ଚ୍ଚନା ପୁରଣ ସିଂଙ୍କ ସମେତ ସମସ୍ତ ଦର୍ଶକ ଜୋରରେ ହସିବାକୁ ଲାଗିଥିଲେ।

ଏହା ପରେ କପିଲ ଶର୍ମା ସାରାଙ୍କୁ ପଚାରିଥିଲେ ଯେ, ସେ ଜାଣିଛନ୍ତି କି ଅଟୋ ଡ୍ରାଇଭରକୁ କେତେ ଟଙ୍କା ଦିଆଯିବା ଉଚିତ୍? ଏହା ଶୁଣି ସାରା ଉତ୍ତର ଦେଲେ ଯେ ଅଟୋ ଡ୍ରାଇଭରକୁ ୧୭ରୁ ୨୨ଟଙ୍କା ମଧ୍ୟରେ ଦିଆଯିବା ଉଚିତ୍। ଏହା ପରେ, ସାରା ତାଙ୍କର ଆହୁରି ଅନେକ କାହାଣୀ ବର୍ଣ୍ଣନା କରଥିଲେ, ଯାହା ଶୁଣି ସମସ୍ତେ ବହୁତ ହସିଥିଲେ।

ସମ୍ବନ୍ଧିତ ଖବର