କରୋନା ସହ ଲଢ଼େଇ କରିବା ପାଇଁ ଅମ୍ଲଜାନ ଏକ୍ସପ୍ରେସ ଚଳାଇବ ରେଲୱେ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ସହ ଲଢ଼ିବା ପାଇଁ ଭାରତୀୟ ରେଳ ଏକ ବଡ଼ ପଦକ୍ଷେପ ନେଇଛି। କରୋନା କାଳରେ ଅମ୍ଲଜାନର ଅଧିକ ଆବଶ୍ୟକତା ଥିବାରୁ ଭାରତୀୟ ରେଳ ଅମ୍ଲଜାନ ଏକ୍ସପ୍ରେସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଗ୍ରୀନ କରିଡର ମାଧ୍ୟମରେ ଏହି ଏକ୍ସପ୍ରେସ ଚଳାଚଳ କରିବ। ଏହି ଟ୍ରେନଗୁଡିକର ଦ୍ରୁତ ଗତି ନିଶ୍ଚିତ କରିବାକୁ ଗ୍ରୀନ କରିଡର ତିଆରି କରାଯାଉଛି।

କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଭାରତୀୟ ରେଳ ସବୁ ପ୍ରକାର ଚେଷ୍ଟା କରୁଛି। ଅମ୍ଳଜାନକୁ ବହୁ ପରିମାଣରେ ଏବଂ ରୋଗୀଙ୍କୁ ଶୀଘ୍ର ପହଞ୍ଚାଇବା ପାଇଁ ଆମେ ଗ୍ରୀନ କରିଡର ବ୍ୟବହାର କରି ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ଚଳାଇବୁ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ଏକ ଟୁଇଟ୍‌ରେ କହିଛନ୍ତି। ଏହି ଟ୍ରେନରେ ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ଏବଂ ଅମ୍ଳଜାନ ସିଲିଣ୍ଡର ପରିବହନ କରାଯିବ।

Rail Mail Service: Latest News & Videos, Photos about Rail Mail Service |  The Economic Times
The Economic Times

କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଅମ୍ଲଜାନର ଆବଶ୍ୟକତା ପୂରଣ କରିବା ସହ ଆବଶ୍ୟକ ହେଉଥିବା ଶଯ୍ୟାର ଅଭାବକୁ ଦୂର କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏନେଇ ଦିଲ୍ଲୀର ଆନନ୍ଦ ବିହାର ଷ୍ଟେସନରେ ଶକୁର ବସ୍ତି ଷ୍ଟେସନରେ ୮୦୦ଶଯ୍ୟା ବିଶିଷ୍ଟ ୫୦ଟି କରୋନା ଆଇସୋଲେସନ କୋଚ୍ ଉପଲବ୍ଧ କରାଯାଇଛି। ରାଜ୍ୟଗୁଡିକର ଚାହିଦା ଅନୁଯାୟୀ ରେଳବାଇ ସମଗ୍ର ଦେଶରେ ୩ଲକ୍ଷ ଆଇସୋଲେସନ ଶଯ୍ୟା ସ୍ଥାପନ କରିପାରିବ।

ସମ୍ବନ୍ଧିତ ଖବର