ଡଲାର ଇଣ୍ଡଷ୍ଟ୍ରିଜ୍‌ର ସେବାନିବୃତ୍ତ ଅଧ୍ୟକ୍ଷଙ୍କ ଜୀବନୀ ‘ଏ ମିଲିଅନ୍ ଡଲାର ସ୍ମାଇଲ’ ଉନ୍ମୋଚିତ

ଭୁବନେଶ୍ବର : ଡଲାର ଇଣ୍ଡଷ୍ଟ୍ରିଜ୍‌ର ସେବାନିବୃତ୍ତ ଅଧ୍ୟକ୍ଷ ଦିନ୍ ଦୟାଲ ଗୁପ୍ତାଙ୍କ ଜୀବନୀ ‘ଏ ମିଲିଅନ ଡଲାର ସ୍ମାଇଲ’କୁ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଉନ୍ମୋଚନ କରିଛନ୍ତି। ବିଶି‌ଷ୍ଟ ସାମ୍ବାଦିକ ପ୍ରଦୀକ ଗୁପ୍‌ତୁଙ୍କ ଦ୍ବାରା ଲିଖିତ ଓ ରୁପା ପବ୍ଲିକସେନ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ଶ୍ରୀ ଗୁପ୍ତାଙ୍କ ପାଞ୍ଚ ଦଶନ୍ଧିର ଡଲାର ଇଣ୍ଡଷ୍ଟ୍ରିଜ୍‌ ପରିଚାଳନା ବିଷୟରେ ଲେଖାମାନ ରହିଛି। କଂପାନି ଗଢ଼ିବାରେ ତାଙ୍କ ସଂଘର୍ଷ, ଜୀବନରେ ମିଳିଥିବା ଶିକ୍ଷା ଆଦି ବିଷୟକୁ ପୁସ୍ତକରେ ସାମିଲ କରାଯାଇଛି। ହରିୟାଣାର ଏକ ଛୋଟ ସହରର ଜଣେ ଯୁବକ କିଭଳି ସଂକଳ୍ପ ଓ ନିଷ୍ଠା ବଳରେ ନିଜର ହୋସିଏରି ଶିଳ୍ପ ଆରମ୍ଭ କରିଥିଲେ ଏବଂ ନିଜ ନେତୃତ୍ବରେ ୫୦ ବର୍ଷ କଂପାନିକୁ ଚଳାଇଥିଲେ ତାହାର ପ୍ରତିଫଳନ ଏହି ପୁସ୍ତକରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର