ଏଥର କେବଳ ଅନ୍‌ଲାଇନ୍‌ରେ ଯୁକ୍ତ୨ ନାମଲେଖା

୨୯ରୁ ଆବେଦନ, ଜୁନ୍‌ ୨୮ରେ ପ୍ରଥମ ମେଧା ତାଲିକା, ଜୁଲାଇ ୨୯ରୁ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ)ରେ ନାମଲେଖା ପ୍ରକ୍ରିୟା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧୀନ କଲେଜର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମ ସମେତ ୯୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଧନ୍ଦାମୂଳକ ପାଠ୍ୟକ୍ରମର ୫ ଲକ୍ଷରୁ ଅଧିକ ସିଟ୍‌ ପାଇଁ ଏହି ନାମଲେଖା କରାଯିବ। ୨୯ ତାରିଖ ପୂର୍ବାହ୍ନ ୧୧ଟାରେ ସାମ୍‌ସ ପୋର୍ଟାଲ www.samsodisha.gov.in ରେ ସିଏଏଫ୍‌(କମନ୍‌ ଆପ୍ଲିକେସନ ଫର୍ମ) ଉପଲବ୍ଧ ହେବ। ଆଗ୍ରହୀ ଛାତ୍ରଛାତ୍ରୀ ଜୁନ୍‌ ୨୦ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ।

ଜୁନ୍‌ ୨୮ ତାରିଖ ପୂର୍ବାହ୍ନ ୧୧ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁନ୍‌ ୨୯ରୁ ଜୁଲାଇ ୫ ମଧ୍ୟରେ ଅନୁଷ୍ଠିତ ହେବ। ଜୁଲାଇ ୧୩ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୪ରୁ ୧୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିପୋର୍ଟିଂ କରିବେ। ସ୍ପଟ୍‌ ନାମଲେଖା ପାଇଁ ଜୁଲାଇ ୧୯ରୁ ୨୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍‌ ଲକିଂ କରିପାରିବେ। ଜୁଲାଇ ୨୬ରେ ସ୍ପଟ୍‌ ‌ସିଲେକ୍ସନ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨୬ ଓ ୨୭ରେ ଅନୁଷ୍ଠିତ ହେବ। ଜୁଲାଇ ୨୯ରୁ ଏକା‌ଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଏଥର କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ନାମଲେଖା ଅନୁଷ୍ଠିତ ହେବ। ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି’ ୨୦୦ ଓ ଏସ୍‌/ଏସ୍‌ଟି ବର୍ଗଙ୍କ ପାଇଁ ୧୦୦ ଟଙ୍କା ରଖାଯାଇଛି।

ସମ୍ବନ୍ଧିତ ଖବର