ଜମ୍ମୁର ପୁଞ୍ଚରେ ଆକସ୍ମିକ ବନ୍ୟାରେ ଭାସିଗଲେ ୨ ଯବାନ

ପୁଞ୍ଚ: ଜମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଶନିବାର ଆକସ୍ମିକ ବନ୍ୟା (ଫ୍ଲାସ୍ ଫ୍ଲଡ୍‌) ଆସି ଦୁଇ ଜଣ ଯବାନଙ୍କୁ ଭସାଇ ନେଇଥିଲା। ଉଭୟଙ୍କର ଶବ ରବିବାର ଉଦ୍ଧାର କରାଯାଇଥିବା ପୁଲିସ ପ୍ରକାଶ କରିଛି।

ଶନିବାର ସେନା କର୍ମଚାରୀମାନେ ସୁରନକୋଟ ଅଞ୍ଚଳରେ ଡୋଗ୍ରା ନାଲା ଅତିକ୍ରମ କରୁଥିବା ବେଳେ ପ୍ରବଳ ଜଳସ୍ରୋତରେ ଦୁଇଜଣ ସୈନିକ ଭାସିଯାଇଥିଲେ। ଶନିବାର ରାତିରେ ନାଏବ ସୁବେଦାର କୁଲଦୀପ ସିଂହଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଦ୍ବିତୀୟ ସୈନିକଙ୍କ ଶବ ରବିବାର ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର