ମଧ୍ୟପ୍ରଦେଶ କ୍ୟାବିନେଟ୍ ସଂପ୍ରସାରିତ : ସିନ୍ଧିଆଙ୍କ ୧୨ ସମର୍ଥକ ଶିବରାଜ ସିଂ ସରକା‌ରରେ ସାମିଲ୍ ହେଲେ

ଭୋପାଳ: ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ବାନ୍ ସରକାରଙ୍କ କ୍ୟାବିନେଟ୍ ଶେଷରେ ସମ୍ପ୍ରସାରିତ ହୋଇଛି ଗୁରୁବାର ଦିନ ରାଜ୍ୟପାଳ ଆନନ୍ଦିବେନ ପଟେଲ ଶିବରାଜ କ୍ୟାବିନେଟର ମୋଟ ୨୮ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି। ଏ୍‌ଥିମଧ୍ୟରୁ ୨୦ ଜଣ କ୍ୟାବିନେଟ ମନ୍ତ୍ରୀ  ଏବଂ ଜଣ ରାଜ୍ୟ ମନ୍ତ୍ରୀଙ୍କ ଭାବେ ଶପଥ ଗ୍ରହଣ କରିଛନ୍ତି ୨୮ ଜଣଙ୍କ ମଧ୍ୟରେ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କ ୧୨ଜଣ ସମର୍ଥକ ଅଛନ୍ତି। ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ  ଜଣଙ୍କୁ ରାଜ୍ୟ ପାହ୍ୟା ଦିଆଯାଇଛି

୧୫ ବର୍ଷ ପରେ ମଧ୍ୟପ୍ରଦେଶରେ ୨୦୧୮ ବିଧାନସଭା ନିର୍ବାଚନରେ ​​କଂଗ୍ରେସ କ୍ଷମତାକୁ ଫେରିଥିଲା, ଯାହା ପରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ  ପଦ କମଲନାଥଙ୍କୁ ଦେଇଥିଲା। ଏହା ପରେ କମଲ ନାଥ ତାଙ୍କ ମନ୍ତ୍ରିମଣ୍ଡଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ୬ଜଣ ସମର୍ଥକ ଇମର୍ତି ଦେବୀ, ତୁଲସିରାମ ସିଲାବଟ, ଗୋବିନ୍ଦ ସିଂ ରାଜପୁତ, ମହେନ୍ଦ୍ର ସିଂ ସିସୋଦିଆ, ପ୍ରଦ୍ୟୁମ୍ନ ସିଂ ତୋମାର ଏବଂ ଡକ୍ଟର ପ୍ରଭୁରାମ ଚୌଧୁରୀଙ୍କୁ ସ୍ଥାନ ଦେଇଥିଲେ

Madhya Pradesh cabinet expansion
indiatoday

ତେବେ ଚଳିତ ବର୍ଷ ମାର୍ଚ୍ଚରେ ୬ଜଣ ମନ୍ତ୍ରୀଙ୍କ ସମେତ ୨୨ଜଣ କଂଗ୍ରେସ ବିଧାୟକ ସିନ୍ଧିଆଙ୍କ ସହ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହୋଇଥିଲା।  ଏପ୍ରିଲରେ ଶିବରାଜ କ୍ୟାବିନେଟର ପ୍ରଥମେ ୬ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ, ଯେଉଁଥିରେ ସିନ୍ଧିଆଙ୍କ ଦୁଇଜଣ ଘନିଷ୍ଠ ନେତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଥିଲା। ଆଜି ସିନ୍ଧିଆଙ୍କ ବାକି ୭ ଜଣ ସମର୍ଥକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି

ସମ୍ବନ୍ଧିତ ଖବର