ବିଜେପିକୁ ସାହାଯ୍ୟ କରିବାକୁ ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କରିଛି ଟିଏମସି: ଅଧୀର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ରାଜ୍ୟର ସମସ୍ତ ୪୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି | ଏହା ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଟିଏମସି ଏବଂ ମମତା ବାନାର୍ଜୀଙ୍କ ଉପରେ ବଡ଼ ଆକ୍ରମଣ କରିଛନ୍ତି। ବାସ୍ତବରେ, ଟିଏମସି ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ବହରାମପୁର ଲୋକସଭା ଆସନରୁ ଟିକେଟ୍ ଦେଇଛି । ମମତା ବାନାର୍ଜୀଙ୍କୁ ସର୍ବଦା ବିରୋଧ କରୁଥିବା କଂଗ୍ରେସ ଫାୟାର ବ୍ରିଗେଡ ନେତା ଅଧୀର ରଂଜନ ଚୌଧୁରୀଙ୍କ ବିରୋଧରେ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କରାଯାଇଛି |

ସବୁଠୁ ବଡ କଥା ହେଉଛି ୟୁସୁଫ ପଠାନ ଗୁଜୁରାଟର ବାସିନ୍ଦା। କିନ୍ତୁ ମମତା ବାନାର୍ଜୀ ପଠାନଙ୍କୁ ପ୍ରାର୍ଥୀ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି | ଆଉ ଏହାକୁ ନେଇ ବର୍ତ୍ତମାନ ଅଧୀର ଚୌଧୁରୀ କହିଛନ୍ତି, “ଯଦି ଟିଏମସି ୟୁସୁଫ ପଠାନଙ୍କୁ ସମ୍ମାନ ଦେବାକୁ ଚାଁହୁଥିଲା, ତେବେ ସେମାନେ ତାଙ୍କୁ ରାଜ୍ୟସଭାକୁ ପଠାଇଥାନ୍ତେ। ଯଦି ମମତା ବାନାର୍ଜୀ ୟୁସୁଫ ପଠାନଙ୍କ ଭଲ ଚାଁହୁଥିଲେ, ତେବେ ସେ ଗୁଜୁରାଟରେ ଇଣ୍ଡିଆ ମେଣ୍ଟରୁ ଗୋଟିଏ ଆସନ ମାଗିପାରିଥାନ୍ତେ | କିନ୍ତୁ ଏଠାରେ ପଶ୍ଚିମବଙ୍ଗରେ ସାଧାରଣ ଲୋକଙ୍କୁ ଦ୍ବନ୍ଦରେ ପକାଇବା ସହ ବିଜେପିକୁ ସାହାଯ୍ୟ କରିବାକୁ ସେ ପ୍ରାର୍ଥୀ ଭାବରେ ୟୁସୁଫଙ୍କୁ ଚୟନ କରିଛନ୍ତି । ” ସେ କହିଛନ୍ତି, “ମମତା ବାନାର୍ଜୀ ଆଜି ପ୍ରମାଣ କରିଛନ୍ତି ଯେ ଇଣ୍ଡିଆ ମେଣ୍ଟର କୌଣସି ଦଳ ତାଙ୍କ ଭଳି ଜଣେ ନେତାଙ୍କ ଉପରେ ବିଶ୍ୱାସ କରିବା ଉଚିତ୍ ନୁହେଁ। ମମତା ବାନାର୍ଜୀ ଭୟ କରୁଛନ୍ତି ଯେ ଯଦି ସେ ଇଣ୍ଡିଆ ମେଣ୍ଟରେ ରହିବେ, ତେବେ ପ୍ରଧାନମନ୍ତ୍ରୀ ମୋଦୀ ରାଗିଯିବେ।

ସମ୍ବନ୍ଧିତ ଖବର