ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ଘୋଷଣା କଲେ ଉପରାଷ୍ଟ୍ରପତି, କହିଲେ; ତାଲିବାନ ଆଗରେ ମୁଣ୍ଡ ନୁଆଁଇବି ନାହିଁ

କାବୁଲ: ଆଫଗାନିସ୍ତାନରେ କିପରି ତାଲିବାନ ସରକାର ଗଢ଼ିବ ଏ ନେଇ ଯୋଜନା କରୁଥିବା ବେଳେ ତାଲିବାନ ବିରୋଧରେ ଲଢ଼େଇ ପାଇଁ ଅଣ୍ଟା ଭିଡିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେ । ତାଲିବାନ ବିରୋଧରେ ସ୍ୱର ଉଠାଇବା ସହ ନିଜକୁ ସେ ଦେଶର ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଅସରଫ ଗନି ଦେଶଛାଡ଼ି ପଳାଇ ଯାଇଥିବାରୁ ସମ୍ବିଧାନ ଅନୁସାରେ ସେ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ବୋଲି କହିଛନ୍ତି ଅମରୁଲ୍ଲା ।

ଏନେଇ ସେ ନିଜ ଟୁଇଟରରେ ଲେଖିଛନ୍ତି ଯେ, ଦେଶର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ପଳାୟନ, ଇସ୍ତଫା କିମ୍ବା ମୃତ୍ୟୁ ପରି ଘଟଣା ଘଟିଲେ ଉପରାଷ୍ଟ୍ରପତି ଦେଶ ଶାସନ ଭାର ନିଜ ହାତକୁ ନେବା କଥା। ଆଉ ଏହି ଆଧାରରେ ସେ ନିଜକୁ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି ବୋଲି କହିଛନ୍ତି ଅମରୁଲ୍ଲା । କେବଳ ଏତିକି ନୁହେଁ, ତାଲିବାନ ବିରୋଧରେ ଏକାଠି ହେବାକୁ ସେ ଅପିଲ କରିଛନ୍ତି । ଅମରୁଲ୍ଲା କହିଛନ୍ତି, ସେ କେବେ ବି ତାଲିବାନ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ।

ସମ୍ବନ୍ଧିତ ଖବର