ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ, ଏମ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଶାହା

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରେ ଲାଗିଛି । ଆଜି ସକାଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଦେଖିବା ପାଇଁ ଏମ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା,ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ, ଲୋକସଭା ବାଚସ୍ପତି ଓମ ବିରଲା ପ୍ରମୁଖ ପହଞ୍ଚିଛନ୍ତି । ଏମ୍ସର ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।

ଜେଟଲୀ ଗତ ୨ ବର୍ଷ ଧରି ପ୍ରାୟତଃ ଅସୁସ୍ଥ ରହୁଥିଲେ । ଏହି କାରଣରୁ ସେ ଏନଡିଏ-୨ ସରକାରରେ କୌଣସି ମନ୍ତ୍ରୀପଦ ଗ୍ରହଣ କରିନାହାନ୍ତି । ଗତ ବର୍ଷ ଜେଟଲୀଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଏହି ଅପରେସନ ପରେ ସେ ମୁଖ୍ୟତଃ ଘରେ ରହୁଥିଲେ । ଗତ ଫେବ୍ରୁଆରୀ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କାମଚଳା ବଜେଟ ଉପସ୍ଥାପନ କରିଥିଲେ । ତିନିଦିନ ତଳେ ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ ହୋଇଥିଲା ।

ସମ୍ବନ୍ଧିତ ଖବର