ଉତ୍ତରପ୍ରଦେଶରୁ ଗିରଫ ହେଲା ସନ୍ଦିଗ୍ଧ ଆତଙ୍କବାଦୀ

ପ୍ରୟାଗରାଜ: ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଜିମ ସ୍କ୍ୱାର୍ଡ (ଏଟିଏସ) ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଇବା ସହ କାମ କରୁଥିବା ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି | ସନ୍ଦିଗ୍ଧ ଯୁବକ ସୌରଭ ଶୁକ୍ଲାକୁ ପ୍ରୟାଗରାଜରୁ ଗିରଫ କରାଯାଇଥିବାବେଳେ ତାହାର ମୁଣ୍ଡ ଉପରେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ରହିଥିଲା | ଯେ କେହି ବି ତାହା ବାବଦରେ ସୂଚନା ଦେବ ତାହାକୁ ଏହି ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଥିଲା |

ZeeNews

ଏଟିଏସର ଅଧିକାରୀ କହିଛନ୍ତି ଯେ ସୌରଭ ଆତଙ୍କୀ ସଂଗଠନର ନିର୍ଦ୍ଦେଶ ମୁତାବକ ଭାରତରେ ଅର୍ଥ ସଂଗ୍ରହ କରୁଥିଲା | ସେହି ଅର୍ଥକୁ ପାକିସ୍ତାନରେ ସକ୍ରିୟ ଲସ୍କର ପାଇଁ ପଠାଉଥିଲା | ଫୋନ ଓ ଇଣ୍ଟରନେଟ ମାଧ୍ୟମରେ ପାକିସ୍ତାନକୁ ଅର୍ଥ ପଠାଇବା ସହ ଭାରତର କିଛି ଲୋକଙ୍କୁ ଧମକଚମକ ଦେଇ ଅର୍ଥ ସଂଗ୍ରହ କରୁଥିଲା |

ସୌରଭର ଘର ମଧ୍ୟପ୍ରଦେଶରେ ହୋଇଥିବାବେଳେ ପ୍ରୟାଗରାଜରେ ଲୁଚିରହି ସେ ଅର୍ଥ ସଂଗ୍ରହ କରୁଥିଲା | ତେବେ ପାକିସ୍ତାନ ସହ ସୌରଭର ସମ୍ପର୍କ ଥିବା ଜାଣିପାରି ଏତେସ ବହୁ ଦିନ ଧରି ଖୋଜୁଥିଲା | ଧରାପଡ଼ିବା ପରେ ପୁଲିସ ତାହା ନିକଟରୁ ଦୁଇଟି ଏଟିଏମ କାର୍ଡ ସହ ୨ଟି ଆଧାର କାର୍ଡ ଜବତ କରିଛି |

ସମ୍ବନ୍ଧିତ ଖବର