ଦିଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବା‌ସୀ ଓଡ଼ିଆ ଅନୁଷ୍ଠାନଗୁଡ଼ିକ ଦ୍ବାରା ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି। ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ଡିଜିଟାଲ୍‌ ସମ୍ବାଦପତ୍ର ‘ଓଡ଼ିଆ ପୁଅ’ ପକ୍ଷରୁ ଆୟୋଜନ କରାଯାଇଥିବା ‌େଷାଡ଼ଶ ବୋଇତ ବନ୍ଦାଣ ଉତ୍ସବରେ ଓଡ଼ିଆ ପୁଅ ଓ ଝିଅମାନେ ସାଧବ ପୁଅ ଏବଂ ସାଧବ ବୋହୂ ବେଶରେ ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଥିବା ବୋଟ୍‌କ୍ଲବ୍‌ରେ ସାଙ୍କେତିକ ଭାବେ ବୋଇତ ଭସାଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରବାସୀ ଓଡ଼ିଆମାନଙ୍କ ସହ ଅଣ ଓଡ଼ିଆ ଓ ବିଦେଶୀମାନେ ମଧ୍ୟ ବୋଇତ ବନ୍ଦାଣ ଉତ୍ସବ‌େର ଯୋଗ ଦେଇଥିଲେ। ଅନ୍ୟ ଏକ ସଂଗଠନ ବାଳ ଜାଗୃତି ଦ୍ବାରା ଦିଲ୍ଲୀରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦିଲ୍ଲୀର ହଜଖାସ୍‌ ଜଗନ୍ନାଥ ମନ୍ଦିର ଓ ତ୍ୟାଗରାଜନଗର ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ମନ୍ଦିରମାନଙ୍କରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର