ମୁମ୍ବାଇସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ

ମୁମ୍ବାଇ : ବଲିଉଡରୁ ଏକ ଦୁଃଖଦ ଖବର ଆସିଛି। ଜଣାଶୁଣା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି | ତାଙ୍କର ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଆତ୍ମହତ୍ୟା ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ଖବର ପାଇ ମୁମ୍ବାଇ ପୁଲିସ ତାଙ୍କ ଘରେ ତଦନ୍ତ ପାଇଁ ପହଁଚିଥିବା ଜଣା ପଡିଛି | ମୃତ୍ୟୁ ବେଳକୁ ତାଙ୍କୁ ୩୪ବର୍ଷ ହୋଇଥିଲା  |ମିଳିଥିବା ସୂଚନା ମୁତାବକ, ତାଙ୍କ ଘରେ କାମ କରୁଥିବା ଗୃହ ସହାୟକ ପ୍ରଥମେ ତାଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ପୁଲିସକୁ ସୂଚନା ଦେଇଥିଲେ |

Bollywood actor Sushant Singh Rajput commits suicide
DNA India

ଉଲ୍ଲେଖଯୋଗ୍ୟ, ସେ ଜଣେ ଟିଭି ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ | ପ୍ରଥମେ ‘କିସ୍ ଦେଶ ମେଁ ହେ ମେରା ଦିଲ୍’ ନାମକ ଧାରାବାହିକରୁ କାମ ଆରମ୍ଭ କରିଥିଲେ ମଧ୍ୟ ଏକତା କପୁରଙ୍କ ଧାରାବାହିକ ‘ପବିତ୍ର ରିସ୍ତା’ରେ ତାଙ୍କୁ ଲୋକ ଜାଣିବା ଆରମ୍ଭ କରିଥିଲେ | ‘ପବିତ୍ର ରିସ୍ତା’ ପରେ ପରେ ତାଙ୍କୁ ବଲିଉଡରୁ ଅଫର ମିଳିବା ଆରମ୍ଭ ହୋଇଥିଲା | ସେ ପ୍ରଥମେ ‘କାଇ ପୋ ଚେ’ ବଲିଉଡ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ ନଜର ଆସିଥିଲେ | ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରିଥିବା ବେଳେ ଗୋଟେ ପରେ ଗୋଟେ ସଫଳତାର ସିଢି ସେ ଚଢିବା ଆରମ୍ଭ କରିଥିଲେ | ସବୁ କିଛି ଠିକ ଚାଲିଥିବା ବେଳେ ହଠାତ ସୁଶାନ୍ତ କାହିଁକି ଏଭଳି ପଦକ୍ଷପ ନେଲେ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ|

୨୦୧୬ରେ ରିଲିଜ ହୋଇଥିବା ‘ଏମଏସ୍ ଧୋନି: ଦ ଅନଟୋଲଡ୍ ଷ୍ଟୋରୀ’ ସୁପରଡୁପର ହିଟ୍ ହେବା ପରେ ସୁଶାନ୍ତ ବଲିଉଡ୍ ନାୟକ ଦୌଡ଼ରେ ସାମିଲ୍ ହୋଇଥିଲେ। ଏହାପରେ ତାଙ୍କୁ ଭଲ ଭଲ ଫିଲ୍ମର ଅଫର ଆସିଥିଲା।  ଶେଷ ଥର ପାଇଁ ‘ଛିଛୋରେ’ ଫିଲ୍ମରେ ଦେଖିବାକୁ ମିଳିଥିଲେ ସୁଶାନ୍ତ | ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅଭିନେତ୍ରୀ ଶ୍ରଦ୍ଧା କପୁର | ‘ଛିଛୋରେ’ ବ୍ୟତୀତ ସେ, ‘ରାବତା’,  ‘ପିକେ’, ‘ଡ୍ରାଇଭ’, ‘ଶୁଦ୍ଧ ଦେଶୀ ରୋମାନ୍ସ’ ଓ ‘କେଦାରନାଥ’ ଭଳି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ | ମାତ୍ର ‘ଏମଏସ୍ ଧୋନି: ଦ ଅନଟୋଲଡ୍ ଷ୍ଟୋରୀ’ ପରେ ତାଙ୍କ ଅଭିନୀତ  ଆଉ କୌଣସି ଛବି ବକ୍ସଅଫିସରେ ବିଶେଷ ସଫଳତା ପାଇ ନଥିଲା।  ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର ଶିକାର ଥିଲେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର