ମୋଦୀଙ୍କ ସୀମାରେ ଦୀପାବଳି ପାଳନ ପୂର୍ବରୁ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ

ଜାମ୍ମୁ: ଜମ୍ମୁକାଶ୍ମୀରର ରାଜୌରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀପାବଳି ପାଳନ ପୂର୍ବରୁ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି | ପାକିସ୍ତାନ ସେନା ପକ୍ଷରୁ ଭାରତର ସୀମାରେ ଥିବା ପୋଷ୍ଟଗୁଡିକୁ ଟାର୍ଗେଟ କରାଯାଇଛି | ରାଜୌରିର ସୁନ୍ଦରବନି ଅଂଚଳରେ ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି | ଏଥିରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି |

ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର ମୁହଁତୋଡ ଜବାବ ଦିଆଯାଇଛି | ଏଠାରେ ସୂଚନା ଥାଉ କି ଜମ୍ମୁ ଓ କଶ୍ମୀରରେ ନିୟନ୍ତ୍ରଣ ରେଖା ଠାରେ ପହରା ଦେଉଥିବା ଯବାନମାନଙ୍କ ସହ ଦୀପାବଳି ପାଳିବା ନିମନ୍ତେ ରବିବାର ଦିନ ରାଜୌରି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦିନ ଯୋଗକୁ ସେଠାରେ ପଦାତିକ ବାହିନୀ ଦିବସ ପାଳନ ହେଉଛି।

ପାକିସ୍ତାନ ସମର୍ଥୀତ ଅନୁପ୍ରବେଶକାରୀଙ୍କୁ ହଟାଇବା ନିମନ୍ତେ ୧୯୪୭ ମସିହାରେ ପ୍ରଥମେ ଭାରତୀୟ ସେନା ଜମ୍ମୁ ଓ କଶ୍ମୀରରେ ପହଞ୍ଚିଥିଲେ। ସେହି ବର୍ଷ ଠାରୁ ପଦାତିକ ବାହିନୀ ଦିବସ ପାଳନ ହୋଇ ଆସୁଛି। ନିୟନ୍ତ୍ରଣ ରେଖା ଠାରେ ମୁତୟନ ହୋଇଥିବା ଯବାନମାନଙ୍କ ସହ କଥାବାର୍ତ୍ତା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ବିମାନ ଯୋଗେ ସିଧା ଆର୍ମି ବ୍ରିଗେଡ୍‌ ମୁଖ୍ୟାଳୟକୁ ଯାଇଛନ୍ତି।

ସମ୍ବନ୍ଧିତ ଖବର