ତଓ୍ବାଙ୍ଗ ସଂଘର୍ଷ ପରେ ଚୀନର ସରକାରୀ ବୟାନ : ସୀମାରେ ଶାନ୍ତି ଓ ସ୍ଥିରତା ଅଛି

ବେଜିଂ : ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗଠାରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଦୁଇ ଦେଶ ମଧ୍ୟରେ ପୁଣି ଉତ୍ତେଜନା ବଢିଯାଇଥିବା ବେଳେ  ମଙ୍ଗଳବାରଦିନ ଚୀନ ସରକାରଙ୍କ ଏକ ବୟାନ ଆସିଛି । ସୀମାରେ ଶାନ୍ତି ଓ ସ୍ଥିରତା ଅଛି ବୋଲି ଚୀନ କହିଛି ।

ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓ୍ବାଙ୍ଗ୍ ଓ୍ବେନବିନ କହିଛନ୍ତି ଯେ ଚୀନ-ଭାରତର ସୀମା ସ୍ଥିତି ମୁଖ୍ୟତଃ ସ୍ଥିର ରହିଛି । ସୀମା ସମସ୍ୟା ସଂପର୍କରେ ଉଭୟ  ପକ୍ଷ କୂଟନୈତିକ ଓ ସାମରିକସ୍ତରରେ ଆଲୋଚନା ଜାରି ରଖିଛନ୍ତି ।

ତେବେ ଚୀନ ପକ୍ଷରୁ ଜାରି ଏହି ବୟାନରେ ତଓ୍ବାଙ୍ଗ୍ ସଂଘର୍ଷ ସଂପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ ।

ଅନ୍ୟପକ୍ଷରେ ଏହି ସଂଘର୍ଷ ସଂପର୍କରେ ଆଦି ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସଂସଦରେ ବୟାନ ରଖି କହିଛନ୍ତି ଯେ ଭାରତୀୟ ସେନା ବୀରତ୍ବର ସହ ଚୀନ ସୈନ୍ୟଙ୍କ ପ୍ରତିରୋଧ କରିଥିଲେ ।

ସୂଚନାଯୋଗ୍ୟ ଗତ ୯ ତାରିଖରେ ଅରୁଣାଚଳପ୍ରଦେଶର ତଓ୍ବାନସ୍ଥିତ ୟାଙ୍ଗସିଠାରେ ଚୀନର ପିଏଲଏ ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ବନ୍ଧୁକର ବ୍ୟବହାର ହୋଇନଥିଲା । ଉଭୟ ପକ୍ଷର ସୈନ୍ୟ ହାତାହାତି ଓ ଅନ୍ୟ ପାରମ୍ପରିକ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ମୁହାଁମୁହିଁ ହୋଇଥିଲେ । ଏହି ସଂଘର୍ଷରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଛନ୍ତି ।

ସମ୍ବନ୍ଧିତ ଖବର