ଚୀନର ନୂଆ ରଣନୀତି: ବିକଶିତ କଲା ରୋବଟ କୁକୁର, ଶତ୍ରୁଙ୍କ ଉପରେ କରିବ ଗୁଳି ବର୍ଷା

ବେଜିଂ: ଚୀନ ନିଜର ବିସ୍ତାରବାଦୀ ନୀତି ଜାରି ରଖିଛି। ଏହା ଅନ୍ତର୍ଗତ ଚାଇନା ସବୁବେଳେ ଭିନ୍ନ ଭିନ୍ନ ଉତ୍ପାଦ ବିକଶିତ କରିବା ଉପରେ ଗୁରୁତ୍ବ ପ୍ରଦାନ କରୁଛି। ଏବେ ଚୀନ ଏକ ନୂଆ ରୋବଟ କୁକୁର ବିକଶିତ କରିଛି। ଏହି କୁକୁର ଶତ୍ରୁ ସେନାଙ୍କ ଉପରେ ଗୁଳି ବର୍ଷା କରିବାକୁ ସକ୍ଷମ ହେବ। ଏହି କୁକୁର ଚୀନ ସୈନ୍ୟଙ୍କ ସହିତ ଯୁଦ୍ଧ ତାଲିମ ନେଉଛି। ଏଥିରେ ୭.୬୨ ଏମଏମ ମେସିନ ଗନ ସଂଯୁକ୍ତ କରାଯାଇଛି।

ଏହି ଅତ୍ୟାଧୁନିକ ମେସିନ ଗନ ଏକ ମିନିଟରେ ୭୫୦ ରାଉଣ୍ଡ ଗୁଳି ଚଳାଇବାକୁ ସକ୍ଷମ। ରୋବଟ କୁକୁର ୩୨୮ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଯୁଦ୍ଧ ପଡ଼ିଆରେ ଯୁଦ୍ଧ କରିପାରିବ। ପୂର୍ବରୁ ମଧ୍ୟ ଚୀନ ଏଭଳି କୁକୁର ବିକଶିତ କରିଥିଲା। ତେବେ ବିଶେଷଜ୍ଞଙ୍କ ଅନୁସାରେ ଯୁଦ୍ଧକ୍ଷେତ୍ରରେ ମଣିଷଙ୍କ କାର୍ଯ୍ୟଶୈଳୀ ସହିତ କେହି ସମକ୍ଷକ ହୋଇ ପାରିବେ ନାହିଁ।  ଯୁଦ୍ଧପଡ଼ିଆରେ ଏଭଳି ରୋବଟ କୁକୁରର ବ୍ୟବହାର କରିବା ସହଜ ହେବ ନାହିଁ।  ତେବେ ଏଭଳି ଖବର ପ୍ରଚାର କରି ଚୀନ ଭାରତର ଚିନ୍ତା ବଢ଼ାଇବାକୁ ଚାହୁଁଛି।

 

 

ଚୀନର ଏହି ରୋବଟ କୁକୁରର ଭବିଷ୍ୟତ କ’ଣ ହେବ ତାହା ଆଗାମୀ ସମୟରେ ଜଣାପଡ଼ିବ। ଏହି କୁକୁର ଆର୍ଟିଫିସିଆଲ ଇଣ୍ଟେଲଜେନ୍ସି (ଏଆଇ) ଜ୍ଞାନକୌଶଳ ଦ୍ବାରା କାର୍ଯ୍ୟ କରିଥାଏ। ଏହାକୁ ରିମୋଟ ଏବଂ ମୋବାଇଲ ଫୋନ ଦ୍ବାରା ନିୟନ୍ତ୍ରଣ କରାଯାଇ ପାରିଥାଏ।

ଏହା ପୂର୍ବରୁ ଆମେରିକା ସୈନ୍ୟ ପ୍ରଶିକ୍ଷଣରେ ଏଭଳି କୁକୁରର ବ୍ୟବହାର କରାଯାଇଥିଲା। ଏହି କୁକୁରରେ ୭୨ ଲାଇଟ ଆଣ୍ଟି-ଟ୍ୟାଙ୍କ ୱିପନ ଲଞ୍ଚର ସଂଯୁକ୍ତ କରାଯାଇ ପରୀକ୍ଷଣ କରାଯାଇଥିଲା।

 

ସମ୍ବନ୍ଧିତ ଖବର