ରାଜସ୍ଥାନ: କୋଟାରେ କୋଚିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ ଛାତ୍ର ଗିରଫ

କୋଟା: ରାଜସ୍ଥାନର କୋଟାରେ ଜଣେ କୋଚିଂ ଛାତ୍ରୀଙ୍କୁ ଚାରି ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ପରେ କୋଟା ପୁଲିସ ମୁଖ୍ୟ ଅଭିଯୁକ୍ତ ଙ୍କ ସମେତ ୪ ଜଣ କୋଚିଂ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ମଧ୍ୟ କୋଟାରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ ଦେଉଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର, ଜଣେ ଉତ୍ତରପ୍ରଦେଶ ଓ ଜଣେ ବିହାରର ବୋଲି ଜଣାପଡ଼ିଛି। ଅତିରିକ୍ତ ଏସପି ଉମା ଶର୍ମା କହିଛନ୍ତି ଯେ କୋଚିଂ ଛାତ୍ରୀଙ୍କୁ ଜାଲିଆତି କରି ଫ୍ଲାଟକୁ ଡକାଯାଇଥିଲା ଏବଂ ଏହା ପରେ ମୁଖ୍ୟ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ତାଙ୍କ ସହଯୋଗୀମାନେ ଏହି ଘଟଣାରେ ସହଯୋଗ କରିଥିଲେ।

ପୋଲିସର ପ୍ରାଥମିକ ପଚରାଉଚରାରୁ ଜଣାପଡିଛି ଯେ ପୀଡ଼ିତା ସୋସିଆଲ ମିଡିଆ ମାଧ୍ୟମରେ ମୁଖ୍ୟ ଅଭିଯୁକ୍ତ କୋଚିଂ ଛାତ୍ରଙ୍କ ସହ ପରିଚିତ ହୋଇଥିଲେ । ଏହାପରେ ସେ ଛାତ୍ରୀଙ୍କୁ   ମିଥ୍ୟା ବାହାନା କରି ଫ୍ଲାଟକୁ ନେଇ ଯାଇ ସହଯୋଗୀଙ୍କ ସହାୟତାରେ ଦୁଷ୍କର୍ମ କରିଥିଲେ। ବର୍ତ୍ତମାନ କୋଟା ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର