ଜେଲ ଯାଇପାରନ୍ତି ଟିଏମସି ନେତ୍ରୀ ମହୁଆ ମୈତ୍ର, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଏପରିକି ସେ ଜେଲ ଯିବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଫେମା (ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ) ସହ ଜଡ଼ିତ ଏକ ମାମଲାରେ ପଚରାଉଚରା ପାଇଁ ସମନ କରିଛି। ତଦନ୍ତକାରୀ ସଂସ୍ଥା ମହୁଆଙ୍କୁ ସୋମବାର ନୂଆଦିଲ୍ଲୀସ୍ଥିତ ଏଜେନ୍ସି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଜାରି କରିଛି। ପଚରାଉଚରା ପାଇଁ ଫେବ୍ରୁଆରି ୧୯ ତାରିଖ ଧାର୍ଯ୍ୟ କରାଯାଇଛି।

ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ମୂଲ୍ୟବାନ ଉପହାର ଗ୍ରହଣ କରିବା ଏବଂ ସଂସଦ ୱେବସାଇଟର ୟୁଜର ଆଇଡି ଏବଂ ପାସୱାର୍ଡ ତାଙ୍କ ସହ ସେୟାର କରିବା ତଥା ‘ଅନୈତିକ ଆଚରଣ’ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଗତ ବର୍ଷ ଡିସେମ୍ବର ୮ ତାରିଖରେ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା।

ଲୋକସଭାର ଏଥିକ୍ସ କମିଟି ନିଜ ରିପୋର୍ଟରେ ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତାକୁ ବାତିଲ କରିବା ସହ ପୂରା ମାମଲାର ଆଇନଗତ ତଦନ୍ତ ପାଇଁ ସୁପାରିସ କରିଥିଲା। ତାଙ୍କର ଆର୍ଥିକ କାରବାରର ଅପରାଧିକ ଦିଗକୁ କେନ୍ଦ୍ରୀୟ ଏଜେନ୍ସି ଜରିଆରେ ଯାଞ୍ଚ କରାଯାଉ ବୋଲି କୁହାଯାଇଥିଲା। ଏହାପରେ ପ୍ରମାଣ ଆଧାରରେ ଚାର୍ଜସିଟ୍ ଦାଖଲ କରାଯାଇ କୋର୍ଟରେ ମାମଲା ରୁଜୁ କରାଯିବ ବୋଲି କୁହାଯାଇଥିଲା। ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମହୁଆ ମୋଇତ୍ରାଙ୍କୁ ଜେଲ୍ ହୋଇପରେ । ଏହା ପରେ ସିବିଆଇ ଓ ଇଡି ମହୁଆଙ୍କ ବିରୋଧରେ ତଦନ୍ତ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର