ଜାହାଜରେ ରେଭ ପାର୍ଟି ସହ ଡ୍ରଗ୍ସ ଜବତରେ ଏନସିବିର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନଜର ହଟାଇବାକୁ କରାଯାଇଛି ପ୍ରୟାସ: କଂଗ୍ରେସ ମୁଖପାତ୍ର ସମା ଅହମ୍ମଦ 

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇର ଏକ କ୍ରୁଜ୍ ଜାହାଜ ଉପରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନେବା ଘଟଣାକୁ ନେଇ ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ନିଶା କାରବାରର ପ୍ରକୃତ ପ୍ରସଙ୍ଗରୁ ଦୃଷ୍ଟି ହଟାଇବା କରିବା ପାଇଁ ଏନସିବି ଏଭଳି ଚଢ଼ାଉ କରି କିଛି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | କଂଗ୍ରେସ ମୁଖପାତ୍ର ସମା ଅହମ୍ମଦ କହିଛନ୍ତି ଯେ ଗତ ମାସରେ ଗୁଜୁରାଟର କଛ ଜିଲ୍ଲାରେ ଥିବା ମୁନ୍ଦ୍ରା ବନ୍ଦର ଉପରେ ରାଜସ୍ୱ ଇଣ୍ଟେଲିଜେନ୍ସ (ଡିଆରଆଇ) ଚଢ଼ାଉ କରି ଦୁଇଟି କଣ୍ଟେନରରୁ ୨୯୮୮.୨୧ କିଲୋଗ୍ରାମ ହେରୋଇନ୍ ଜବତ କରିଥିଲା।


ଏହି ବନ୍ଦରଟି ଆଦାନୀ ଗ୍ରୁପ୍ ଦ୍ୱାରା ପରିଚାଳିତ | ତେବେ ମୁଁ କହିବାକୁ ଚାଁହୁଛି ଯେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ଡ୍ରଗ୍ସ କେଉଁଠୁ ଆସିଲା? ଏନସିବି ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଏଭଳି ଚଢ଼ାଉ କରିଛି | ସୂଚନା ଥାଉ କି ରବିବାର ଦିନ ଏନସିବି ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ୍ ଜାହାଜ ଉପରେ ଚଢ଼ାଉ କରିଥିଲା।

ନିଶା ଦ୍ରବ୍ୟ ଜବତ ହେବା ପରେ ଏନସିବି ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏବଂ ଅନ୍ୟ ୭ଜଣଙ୍କୁ ଅଟକ ରଖିଥିଲା। ପରେ ଆର୍ଯ୍ୟନଙ୍କ ସହିତ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ, ମୁନମୁନ୍ ଧେମେକା, ନୂପୁର ସାରିକା, ଇସମିତ୍ ସିଂ, ମୋହକ ଜସୱାଲ୍, ବିକ୍ରାନ୍ତ ଚ୍ଛୋକର ଓ ଗୋମିତ୍ ଚୋପ୍ରାଙ୍କୁ ମଧ୍ୟ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର