ସରକାରୀ ସ୍କୁଲରେ ଦଳିତ ଛାତ୍ରୀଙ୍କ ସହ ଭେଦଭାବ, ଡାଲି ପରଶିବାରୁ ଖାଇବା ଫିଙ୍ଗିଲେ ପିଲା

ଉଦୟପୁର: ସରକାରୀ ସ୍କୁଲରେ ଦଳିତ ଛାତ୍ରୀଙ୍କପ୍ରତି ଭେଦଭାବ । ଦଳିତ ଛାତ୍ରୀ ଡାଲି ପରଶିବାରୁ ଖାଇବା ଫିଙ୍ଗିଲେ ପିଲା । ଅଭିଯୁକ୍ତ ରୋଷେଇଆ ବିରୋଧରେ ମାମଲା ରୁଜୁ ।

ପୁଲିସର ସୂଚନାନୁସାରେ, ଶୁକ୍ରବାର ଦିନ ଗୋଗୁଣ୍ଡାର ଭାରୋଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଡିମ୍ପଲ୍ ମେଘୱାଲ (୧୩) ଏବଂ ନୀମା ମେଘୱାଲ (୧୪) ବିଦ୍ୟାଳୟର ରୋଷେଇଆ ଲାଲୁରାମ ଗୁରୁଜାର(୫୫)ଙ୍କ ବିରୋଧରେ ଜାତିଆଣ ଭେଦଭାବ କରିଥିବା ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ରୋଷେଇଆ ସେଠାରେ ବହୁ ବର୍ଷ ଧରି କାମ କରୁଥିଲା । ମଧ୍ୟାନ ଭୋଜନ ସମୟର ସେ ନିଜେ ବାହାର କରି ରଖୁଥିବା ପିଲାଙ୍କୁ ଖାଦ୍ୟ ପରଶିବାକୁ କହୁଥିଲା । କିନ୍ତୁ ଶୁକ୍ରବାର ଦିନ ସେହି ଦୁଇ ଝିଅଙ୍କୁ ଡାଲି ପରଶିବା ଦେଖି ରାଗିଯାଇ ତାଙ୍କୁ ଦୁର୍ବ୍ୟବହାର କରିବାସହ ସେମାନେ ଛୋଟ ଜାତିର ଅଟନ୍ତି, ସେମାନେ ଛୁଇଁଥିବା ଖାଦ୍ୟ ଅନ୍ୟମାନେ କାହିଁକି ଖାଇବେ, ଏହାକୁ ଫୋପାଡି ଦିଅ ବୋଲି ଅନ୍ୟ ପିଲାଙ୍କୁ କହିଥିଲା । ଲାଲୁରାମ ଏପରି କହିବା ପରେ ପିଲାମାନେ ଖାଦ୍ୟ ଫିଙ୍ଗିଦେଇଥିଲେ ।

Gaon Connection English ( Representational)

ଏହି ବିଷୟରେ ମେଘୱାଲ ବସ୍ତିର ଲୋକମାନେ ଜାଣିବା ପରେ ବିଦ୍ୟାଳୟରେ ପହଞ୍ଚିଥିଲେ । ରୋଷେଇୟାର ଏପରି ଆଚରଣ ବିଷୟରେ ଶିକ୍ଷକମାନଙ୍କ ନିକଟରେ ଅଭିଯୋଗ କରିଥିଲେ । କର୍ମଚାରୀମାନେ ରୋଷେଇଆଙ୍କ ବ୍ୟବହାରକୁ ଭୁଲ ବୋଲି କହିଥିଲେ ଏବଂ ନିଶ୍ଚିତ କରିଥିଲେ ଯେ ସ୍କୁଲ କେବେ ଭେଦଭାବକୁ ଅନୁମତି ଦେବ ନାହିଁ । ସମସ୍ତ ଜାତିର ପିଲା ସ୍କୁଲରେ ପାଠପଢ଼ନ୍ତି ଓ ସମସ୍ତେ ସମାନ । ଏସବୁ ବିଷୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିବଲାଲ ଶର୍ମା କହିଛନ୍ତି ଯେ ଅଟାରେ ବେଙ୍ଗ ପଡ଼ିବା କାରଣରୁ ଖାଦ୍ୟ ଫିଙ୍ଗି ଦିଆଯାଇଥିଲା । ବିଦ୍ୟାଳୟରେ ଏକ ଆନ୍ତରିକ ପରିବେଶ ଅଛି । ସମସ୍ତ ପିଲା ଗୋଟିଏ ସ୍ଥାନରେ ପାଣି ପିଅନ୍ତି । ଆମେ କେବେ ସ୍କୁଲର ପରିବେଶ ନଷ୍ଟ ହେବାକୁ ଦେବୁ ନାହିଁ ।

ସମ୍ବନ୍ଧିତ ଖବର