ଅଷ୍ଟ୍ରେଲିଆ ଆଡ଼କୁ ମୁହାଁଉଛି ମହାବାତ୍ୟା ‘ଇଲ୍‌ସା’, ସତର୍କ ସୂଚନା ଜାରି

କାନବେରା : ଏକ ବିଷୁବମଣ୍ଡଳୀୟ ଝଡ଼ ଉତ୍ତରପଶ୍ଚିମ ଅଷ୍ଟ୍ରେଲିଆ ଅତିକ୍ରମ କରିବା ପୂର୍ବରୁ ମହାବାତ୍ୟାର ରୂପ ନେବ ଯାହାର ଘଣ୍ଟା ପ୍ରତି ବେଗ ୨୮୦ କିମି ‌ପର୍ଯ୍ୟନ୍ତ ହୋଇପାରେ ବୋଲି ଅଷ୍ଟ୍ରେଲିଆର ପାଣିପାଗ ବିଶାରଦମାନେ ଗୁରୁବାର କହିଛନ୍ତି। ବର୍ତ୍ତମାନ ଆସୁଥିବା ବାତ୍ୟା ‘ଇଲ୍‌ସା’ ମହାବାତ୍ୟାର ରୂପ ଧାରଣ କରି ଅନେକ କ୍ଷୟକ୍ଷତି ଘଟାଇ ପାରେ ବୋଲି କୁହାଯାଉଛି।

ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଇଲ୍‌ସା ଏବେ ଚତୁର୍ଥ ସ୍ତରର ତୀବ୍ରତା (କାଟେଗୋରି ୪ ଇଣ୍ଟେନ୍‌ସିଟି)ରେ ପହଞ୍ଚିସାରିଲାଣି। ଏହା ଶୁକ୍ରବାର ସକାଳ ସୁଦ୍ଧା ପିଲବାରା ଉପକୂଳରେ ପହଞ୍ଚିବା ପୂର୍ବରୁ ପଞ୍ଚମ ପର୍ଯ୍ୟାୟ ତୀବ୍ରତାରେ ପହଞ୍ଚିସାରିଥିବ ବୋଲି ଅଷ୍ଟ୍ରେଲିଆ ପାଣିପାଗ ବ୍ୟୁରୋ ପକ୍ଷରୁ ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର