ଦୀପିକା କକ୍କର ବିଗ୍ ବସ୍ ୧୨ ବିଜୟିନୀ

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର ବିଗ୍ ବସ୍ ସିଜନ-୧୨ର ବିଜୟିନୀ ଘୋଷିତ ହୋଇଛନ୍ତି। ଆଜି ରାତିରେ ବିଗ୍ ବସ୍ ଗ୍ରାଣ୍ଡ୍ ଫିନାଲେ ସୋ’ରେ ସୁପରଷ୍ଟାର ସଲମାନ୍ ଖାନ୍ ଦୀପିକାଙ୍କୁ ବିଜୟିନୀ ଘୋଷଣା କରିଥିଲେ। ଶ୍ରୀଶାନ୍ତ ଏବଂ ଦୀପିକାଙ୍କ ମଧ୍ୟରେ ଫାଇନାଲରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ଦୀପିକା ଶ୍ରୀଶାନ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି। ସୋସିଆଲ ମିଡିଆରେ ପୂର୍ବରୁ ହିଁ ଦୀପିକାଙ୍କୁ ବିଜୟିନୀ ଘୋଷଣା କରି ଦିଆଯାଇଥିଲା। ବିଗ୍ ବସ୍‌ ଚଳିତ ସିଜନ୍ରେ ଦୀପିକା ଏବଂ ଶ୍ରୀଶାନ୍ତ ସର୍ବାଧିକ ଚର୍ଚାରେ ରହିଥିଲେ। ଦୀପିକା ଏବେ ବିଗ୍ ବସ୍-୧୨ ଟ୍ରଫି ଏବଂ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି। ଶ୍ରୀଶାନ୍ତ ଏହି ସିଜନ୍‌ର ଉପବିଜେତା ହୋଇଛନ୍ତି। ଶ୍ରେଷ୍ଠ ୫ ପ୍ରତିଯୋଗୀଙ୍କ ମଧ୍ୟରେ ଦୀପିକା ଓ ଶ୍ରୀଶାନ୍ତଙ୍କ ବ୍ୟତୀତ ରୋନିଲ ଚୌଧୁରୀ, କର୍ଣ୍ଣବୀର ଭୋରା ଏବଂ ଦୀପକ ଠାକୁର ରହିଥିଲେ।

ସମ୍ବନ୍ଧିତ ଖବର