ଖଦୁର ସାହେବ ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲା ଖଲିସ୍ତାନୀ ନେତା ଅମୃତପାଲ ସିଂ

ନୂଆଦିଲ୍ଲୀ:  ଖଲିସ୍ତାନୀ ନେତା ତଥା ‘ୱାରିସ୍ ଦେ ପଞ୍ଜାବ’ର ମୁଖ୍ୟ ଅମୃତପାଲ ସିଂହ ପଞ୍ଜାବର ଖଦୁର ସାହେବ ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛି। ସେ ଏହି ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛି। ଅମୃତପାଲ ସିଂ ବର୍ତ୍ତମାନ ଡିବ୍ରୁଗଡ଼ ସେଣ୍ଟ୍ରାଲ ଜେଲରେ ଅଛି। ସେପଟେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଅମୃତପାଲ ସିଂହର ପ୍ୟାରୋଲ ଆବେଦନର ଶୁଣାଣି ଆରମ୍ଭ କରିଛନ୍ତି। ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ଅମୃତପାଲ ସିଂହ ୭ ଦିନିଆ ପ୍ୟାରୋଲ ମାଗିଥିଲେ।

ପଞ୍ଜାବ ସରକାର ଅଦାଲତଙ୍କୁ କହିଥିଲେ ଯେ ଏହା ନିରର୍ଥକ । କାରଣ ଜେଲରେ ଅମୃତପାଲ ସିଂହ ମେ ୯ ତାରିଖରେ ଦୁଇଟି ନାମାଙ୍କନ ଫର୍ମ ଏବଂ ଅନ୍ୟାନ୍ୟ କାଗଜପତ୍ର ପୂରଣ କରି ଦସ୍ତଖତ କରିଥିଲେ।

ଦୁଇଦିନ ତଳେ ଅମୃତପାଲଙ୍କ ପିତା ତରସେମ ସିଂ କହିଥିଲେ ଯେ ଅମୃତପାଲ ନିର୍ବାଚନ ଲଢ଼ିବାକୁ ଚାହୁଁନଥିଲା, କିନ୍ତୁ ଯଦି ନିର୍ବାଚନ ଲଢ଼ିବା ‘ସଙ୍ଗତ’ର ନିଷ୍ପତ୍ତି ତେବେ ସେ ‘ସଙ୍ଗତ’ ଆଗରେ ମୁଣ୍ଡ ନୁଆଁଇବେ।

ଅମୃତପାଲ ସିଂହଙ୍କୁ ଗତ ବର୍ଷ ଏପ୍ରିଲରେ ଗିରଫ କରାଯାଇଥିଲା ଏବଂ ତାଙ୍କ ବିରୋଧରେ କଠୋର ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲାଗୁ କରାଯାଇଥିଲା। ସେ ତାଙ୍କ ୯ ଜଣ ସହଯୋଗୀଙ୍କ ସହ ଆସାମର ଡିବ୍ରୁଗଡ଼ ଜେଲରେ ବନ୍ଦୀ ଅଛନ୍ତି ।

 

ସମ୍ବନ୍ଧିତ ଖବର