ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନ କାଳରେ ‘ଗଜୱା-ଏ-ହିନ୍ଦ୍‌’ ପରିକଳ୍ପନା ସାକାର ହେବନାହିଁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ‘ଗଜୱା-ଏ-ହିନ୍ଦ୍‌’ ପରିକଳ୍ପନା କରୁଥିବା ଲୋକେ ସଫଳ ହେବେନାହିଁ ବୋଲି ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ସେ କହିଛନ୍ତି, ‘ସବ୍‌କା ସାଥ୍, ସବ୍‌କା ବିକାଶ’ ନ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ଦେଶର ନେତୃତ୍ବ ନେଉଛନ୍ତି। ଏଥିରେ ଖିଲାପ୍‌ ହେବନାହିଁ।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ‘ଗଜ୍‌ୱା-ଏ-ହିନ୍ଦ୍’ ପରିକଳ୍ପନା କରୁଥିବା ଲୋକେ ଜାଣିବା ଉଚିତ ନୂଆ ଭାରତ ମୋଦୀଙ୍କ ନେତୃତ୍ବରେ ଅଛି। ନୂଆ ଭାରତ ସମସ୍ତଙ୍କ ବିକାଶ ପାଇଁ, କାହାକୁ ତୁଷ୍ଟ କରିବା ପାଇଁ ନୁହେଁ। ଶାସନ ସମ୍ବିଧାନ ଅନୁସାରେ ଚାଲିବ, ଶାରିୟାତ୍‌ ଆଧାରରେ ନୁହେଁ। ‘ଗଜ୍‌ୱା-ଏ-ହିନ୍ଦ୍‌’ର ପରିକଳ୍ପନା ପ୍ରଳୟ ଆସିବା ଦିନ ଯାଏଁ ବି ସାକାର ହେବନାହିଁ।

Image Courtesy of Zee News

ହିଜାବ୍‌ ବିବାଦ ସମ୍ପର୍କରେ କହିବାକୁ ଯାଇ ଆଦିତ୍ୟନାଥ କହିଛନ୍ତି ଯେ, ଦେଶର ଶାସନ ବ୍ୟବସ୍ଥା ଭାରତର ସମ୍ବିଧାନ ଅନୁସାରେ ଚାଲିବା ଉଚିତ, ଶାରିଆତ୍‌ କିଂବା ଇସ୍‌ଲାମିକ୍ ନିୟମ ଅନୁସାରେ ନୁହେଁ। ଦେଶ ସମ୍ବିଧାନ ଅନୁସାରେ ଚାଲୁଥିବାରୁ ମହିଳାମାନଙ୍କୁ ଯଥୋଚିତ ସମ୍ମାନ, ସୁରକ୍ଷା ଏବଂ ସ୍ବାଧୀନତା ମଳିବ।

ସମ୍ବନ୍ଧିତ ଖବର