୩୩ କୋଟି ଟଙ୍କା ଲଟେରି ଜିଣିଲେ ଦୁବାଇରେ ଥିବା ଭାରତୀୟ ଡ୍ରାଇଭର୍‌

ଦୁବାଇ: ଦୁବାଇରେ ରହୁଥିବା ଜଣେ ଭାରତୀୟ ଡ୍ରାଇଭର୍‌ ‘ଏମିରେଟସ୍‌ ଡ୍ର’ ଲଟେରିରେ ୧୫ ନିୟୁତ ଦିରମ୍‌ ବା ଭାରତୀୟ ମୁଦ୍ରାରେ ୩୩ କୋଟି ଟଙ୍କା ଜିଣିଛନ୍ତି।

ଲଟେରି ଜିଣିଛି ବ‌ୋଲି ତଥାପି ମୋର ବିଶ୍ବାସ ହେଉ ନ ଥିବା କଥା ଅଜୟ ଓଗୁଲା ନାମକ ଉକ୍ତ ଡ୍ରାଇଭର୍‌ କହିଥିବା କଥା ‘ସଂଯୁକ୍ତ ଆରବ ଏମିରେଟ୍ସ୍‌’ର ଦୈନିକ ସମ୍ବାଦପତ୍ର ‘ଖଲିଜ୍‌ ଟାଇମ୍‌ସ୍’ ରିପୋର୍ଟ କରିଛି।

ଦକ୍ଷିଣ ଭାରତ ଅନ୍ତର୍ଗତ ଗୋଟାଏ ଗ୍ରାମର ବାସିନ୍ଦା ଓଲୁଗା କର୍ମସଂସ୍ଥାନ ଅନ୍ବେଷଣରେ ୪ ବର୍ଷ ତଳେ ‘ସଂଯୁକ୍ତ ଆରବ ଏମିରେଟ୍ସ୍‌’କୁ ଆସିଥିଲେ। ସମ୍ପ୍ରତି ଗୋଟାଏ ଅଳଙ୍କାର କମ୍ପାନିରେ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରି ସେ ମାସକୁ ୩,୨୦୦ ଦିରମ୍‌ ବେତନ ପାଉଥିବା କଥା ‘ଖଲିଜ୍‌ ଟାଇମ୍‌ସ୍’ ରିପୋର୍ଟ କରିଛି।

Image Courtesy of Currency Exchange International

ଓଲୁଗା କହିଛନ୍ତି, ପ୍ରାପ୍ତ ଅର୍ଥରେ ମୁଁ ଦାତବ୍ୟ ଟ୍ରଷ୍ଟ୍‌ କରିବି। ଏହାଦ୍ବାରା ମୋ ଜନ୍ମିତ ନଗରୀ ଓ ଆଖପାଖ ଗାଁଗଣ୍ଡାର ଲୋକେ ଆବଶ୍ୟକ ମୌଳିକ ସୁବିଧା ପାଇ ଉପକୃତ ହେବେ।

ଭାରତରେ ଥିବା ପରିବାର ଲୋକଙ୍କୁ ଲଟେରି ଜିଣି କ‌ୋଟିପତି ହୋଇଥିବା ଖବର ଯେତେବେଳେ ଜଣାଇଲି ମାଆ ଓ ଭାଇଭଉଣୀମାନେ ବିଶ୍ବାସ କଲେନାହିଁ ବୋଲି ଓଲୁଗା କହିଛନ୍ତି।

ଏ ସମ୍ବାଦ ଖବରକାଗଜରେ ବାହାରିବାରୁ ସେମାନେ ଏଥର ନିଶ୍ଚୟ ବିଶ୍ବାସ କରିବେ ବୋଲି ଓଲୁଗା କହିଥିବା କଥା ‘ଖଲିଜ୍‌ ଟାଇମ୍‌ସ୍’ ରିପୋର୍ଟ କରିଛି।

ଏହି ଲଟେରି ଉଠାଣରେ ପାଉଲା ଲଚ୍‌ ନାମରେ ଜଣେ ୫୦ ବର୍ଷିୟ ବ୍ରିଟିସ୍‌ ନାଗରିକ  ୭୭,୭୭୭ ଦିରମ୍‌ ଜିଣିଛନ୍ତି।

ସମ୍ବନ୍ଧିତ ଖବର