ସିକନ୍ଦରାବାଦରେ ଅଗ୍ନିକାଣ୍ଡ, ୬ ମୃତ

ହାଇଦ୍ରାବାଦ : ଗୁରୁବାର ସନ୍ଧ୍ୟାରେ ସିକନ୍ଦରାବାଦରେ ଏକ ବହୁ ମହଲା ବିଶିଷ୍ଟ କମର୍ସିଆଲ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ହୋଇ ୪ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ‘ସ୍ବପ୍ନଲୋକ କମ୍ପ୍ଲେକ୍ସ’ର ପଞ୍ଚମ ମହଲାରେ ଉକ୍ତ ୬ ଜଣ ଅଚେତ ଅବସ୍ଥା‌ରେ ପଡ଼ିଥିବାବେଳେ ସେମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ତୁରନ୍ତ ସେମାନଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଉକ୍ତ ବିଲ୍ଡିଂରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର