ଇରେଡା ଆଇପିଓକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ : ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (ଇରୋଡା)ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ)କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି। କଂପାନିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରି ତାହାର ଅଂଶଧନ ବିକ୍ରି କରାଯିବ। ୨୦୧୭ରେ ଏଥିପାଇଁ ପ୍ରାରମ୍ଭିକ ମଞ୍ଜୁରି ଦିଆଯାଇଥିଲା। ଗତବର୍ଷ ଏହି ସଂସ୍ଥାକୁ ସରକାର ୧୫୦୦ କୋଟି ଟଙ୍କା ଦେଇଥିଲେ। ଆଜିର କ୍ୟାବିନେଟ୍‌ ‌ବୈଠକରେ ଅକ୍ଷୟ ଶକ୍ତି ବ୍ୟବସାୟରେ ଅଧିକ ନିବେଶ କରିବା ଲାଗି ଏନ୍‌ଟିପିସିକୁ ସରକାର ଅନୁମତି ଦେଇଛନ୍ତି। ଅକ୍ଷୟ ଶକ୍ତି କାରବାର ଲାଗି ଗଠନ କରାଯାଇଥିବା ସହାୟକ ସଂସ୍ଥା ଏନ୍‌ଟିପିସି ଗ୍ରିନ୍‌ ଏନର୍ଜିରେ କଂପାନି ନିର୍ଧାରିତ ୫୦୦୦-୭୫୦୦ କୋଟି ଟଙ୍କାର ସୀମାଠାରୁ ଅଧିକ ପାଣ୍ଠି ନିବେଶ କରିପାରିବ।

ସମ୍ବନ୍ଧିତ ଖବର