ଫ୍ଲିପ୍‌କାର୍ଟ ଅଂଶଧନ ବିକିଲା ଟାଇଗର୍‌ ଗ୍ଲୋବାଲ୍

ନୂଆଦିଲ୍ଲୀ: ଆମେରିକାର ଟାଇଗର୍ ଗ୍ଲୋବାଲ୍‌ ଭାରତୀୟ ଇ-କମର୍ସ ସଂସ୍ଥା ଫ୍ଲିପ୍‌କାର୍ଟରେ ଥିବା ଅଂଶଧନକୁ ବିକ୍ରି କରିଛି। ଫ୍ଲିପ୍‌କାର୍ଟର ପ୍ରମୁଖ ନିବେଶକ ତଥା ଆମେରିକାର ବଡ଼ ରିଟେଲ୍‌ କଂପାନି ୱାଲ୍‌ମାର୍ଟ ଏହା ଅଂଶଧନ ବିକ୍ରି କରି ଫ୍ଲିପ୍‌କାର୍ଟରୁ ସମ୍ପୂର୍ଣ୍ଣ ଓହରିଯାଇଛି। ଏହି ଅଂଶଧନ ବିକ୍ରିରୁ ଟାଇଗର ଗ୍ଲୋବାଲ୍ ବିପୁଳ ଲାଭ କରିଛି। ସମଗ୍ର ବିଶ୍ବ‌ରେ କଂପାନି ପାଇଁ ଏହା ସବୁଠୁ ଲାଭଦାୟକ ଅଂଶଧନ ବିକ୍ରି ସାବ୍ୟସ୍ତ ହୋଇଛି।

ଟାଇଗର ଗ୍ଲୋବାଲ୍ ଅଂଶଧନ କିଣିବା ପରେ ଫ୍ଲିପ୍‌କାର୍ଟରେ ୱାଲ୍‌ମାର୍ଟର ଅଂଶଧନ ୭୭%କୁ ବୃଦ୍ଧି ପାଇଛି। ୨୦୧୮ରେ ଏକ ବଡ଼ ଧରଣର ଅଧିଗ୍ରହଣ ଭାବେ ୧୬୦୦ କୋଟି ଡଲାରରେ ଫ୍ଲିପ୍‌କାର୍ଟର ସିଂହଭାଗ ଅଂଶଧନକୁ ୱାଲ୍‌ମାର୍ଟ କିଣିଥିଲା। ଅନ୍ୟ ପକ୍ଷରେ ୨୦୦୯ରେ ଟାଇଗର୍ ଗ୍ଲୋବାଲ୍‌ ପକ୍ଷରୁ ଫ୍ଲିପ୍‌କାର୍ଟରେ ୯ ନିୟୁତ ଡଲାର ନିବେଶ କରିଥିଲା। ସେହି ରାଶିର ମୂଲ୍ୟ ୪୨ ନିୟୁତ ଡଲାରକୁ ବୃଦ୍ଧି ପାଇଥିଲା। ୨୦୧୭‌ରେ ଏହା ନିଜର କିଛି ଅଂଶଧନ ଜାପାନର ନିବେଶକ ସଫ୍ଟବ୍ୟାଙ୍କକୁ ବିକିଥିଲା। ଏହାପରେ ଆଉ କିଛି ଅଂଶଧନ ୱାଲମାର୍ଟକୁ ବିକ୍ରି କରିଛି। ୨୦୨୨ରେ ଟାଇଗର୍‌ ଗ୍ଲୋବାଲ ତିନି ଭାରତୀୟ ଷ୍ଟାର୍ଟଅପ୍ ଡେଲିଭରି, ପଲିସିବଜାର ଓ ଜୋମାଟୋର ଅଂଶଧନ ବିକିଥିଲା।

ସମ୍ବନ୍ଧିତ ଖବର