ୟୁକ୍ରେନକୁ ସୈନ୍ୟ ପଠାଇବ ଫ୍ରାନ୍ସ , ଯୁଦ୍ଧର ପରିସର ବଢିବା ଆଶଙ୍କା

ପ୍ୟାରିସ୍: ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଫ୍ରାନ୍ସର ଏକ ପଦକ୍ଷେପ ସ୍ଥିତିକୁ ଆହୁରି ଜଟିଳ କରିବାର ଆଶଙ୍କା ଦେଖାଦେଇଛି । ଏପରିକି ଏହା ଏକ ତୃତୀୟ ବିଶ୍ବଯୁଦ୍ଧର ସୁତ୍ରପାତ କରାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।

ଫ୍ରାନ୍ସ ସୈନିକମାନେ ୟୁକ୍ରେନ ଯିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଫ୍ରାନ୍ସ ସେନାର ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ ପିଏର୍ ଶିଲ୍ ନିଶ୍ଚିତ କରିଛନ୍ତି। ଫ୍ରାନ୍ସ ନିଜର ସ୍ୱାର୍ଥ ରକ୍ଷା ପାଇଁ ସବୁଠାରୁ କଷ୍ଟକର କାର୍ଯ୍ୟ ପାଇଁ ପ୍ରସ୍ତୁତ ବୋଲି ପିଏରେ ଦାବି କରିଛନ୍ତି। ଫ୍ରାନ୍ସ ୟୁକ୍ରେନକୁ ୨ ହଜାର ସୈନିକ ପଠାଇବାକୁ ଯାଉଛି ବୋଲି ରୁଷିଆର ଗୁଇନ୍ଦା ଏଜେନ୍ସି ମଧ୍ୟ କହିଛି। ଏଭଳି ପରିସ୍ଥିତିରେ ଫ୍ରାନ୍ସ ସୈନ୍ୟମାନେ ହଠାତ୍ ୟୁକ୍ରେନକୁ ଚାଲିଯିବା, ବିଶେଷ କରି ରୁଷିଆ-ୟୁକ୍ରେନ ଯୁଦ୍ଧ ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଥିବା ଦେଶକୁ ବିଶ୍ୱର ଅନେକ ଦେଶ ହଜମ କରିପାରୁନାହାନ୍ତି। କାରଣ ଫ୍ରାନ୍ସ ଏକ ନାଟୋ ସଦସ୍ୟ ଦେଶ ହୋଇଥିବାରୁ ଫ୍ରାନ୍ସର ସୈନ୍ୟ ୟୁକ୍ରେନ ଯିବା ଦ୍ବାରା ରୁଷ ଓ ନାଟୋ ସିଧାସଳଖ ମୁହାଁମୁହିଁ ହେବାର ସମ୍ଭାବନା ବଢିଯାଇଛି । ଏପରିକି କେତେକ ଦେଶ ଏହାକୁ ତୃତୀୟ ବିଶ୍ୱଯୁଦ୍ଧର ଆହ୍ୱାନ ଭାବେ ବିବେଚନା କରୁଥିବା ବେଳେ କିଛି ଦେଶ ପରମାଣୁ ଯୁଦ୍ଧ ର ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରୁନାହାନ୍ତି ।

ସମ୍ବନ୍ଧିତ ଖବର