ଡିସେମ୍ବର ୧ ଏବଂ ୫ରେ ଗୁଜରାଟ ଭୋଟ୍; ଡିସେମ୍ବର ୮ରେ ଫଳାଫଳ

ନୂଆଦିଲ୍ଲୀ : ନିର୍ବାଚନ କମିସନ୍‌ ଆଜି ଗୁଜରା‌ଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ ୧୮୨ ଆସନରେ ୨ଟି ପର୍ଯ୍ୟାୟରେ ଡିସେମ୍ବର ୧ ଏବଂ ୫ ତାରିଖରେ ଭୋଟ୍‌ ଗ୍ରହଣ ହେବ। ଡିସେମ୍ବର ୮ରେ ଭୋଟ୍‌ ଗଣତି ହେବ। ଗୁଜରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନ ଫଳାଫଳ ଗୋଟିଏ ଦିନରେ ଘୋଷଣା ହେବ। ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ଭୋଟ୍‌ ଗ୍ରହଣ ହେବ ଏବଂ ଡିସେମ୍ବର ୫ରେ ଦ୍ବିତୀୟ ପର୍ଯ୍ୟାୟରେ ୯୩ ଆସନରେ ଭୋଟ୍‌ ଗ୍ରହଣ ହେବ।

ମୁଖ୍ୟ ନିର୍ବା‌ଚନ କମିସନର ରାଜୀବ କୁମାର କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୫ରେ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦‌ରେ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇ ନଭେମ୍ବର ୧୭ରେ ପ୍ରାର୍ଥିପତ୍ର ଦାଖଲ ଶେଷ ହେବ। ନିର୍ବ‌ାଚନ ତାରିଖ ଘୋଷଣା ହେବା ସହ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଚଳିତ ନିର୍ବାଚନରେ ଗୁଜରାଟରେ ତ୍ରିକୋଣୀୟ ଲଢ଼େଇ ହେବ। ବିଜେପି, କଂଗ୍ରେସ ଏବଂ ଆପ୍‌ ମଧ୍ୟରେ ଲଢ଼େଇ ହେବ।

ସମ୍ବନ୍ଧିତ ଖବର