ଗୁଣିଗାରେଡ଼ି ମାମଲା: ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ

ନୂଆଦିଲ୍ଲୀ : ଓଡ଼ିଶାରେ ଗୁଣିଗାରେଡ଼ି ମାମଲାକୁ ନେଇ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରି କରିଛନ୍ତି। ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନୋଟିସ୍‌ରେ କୁହାଯାଇଛି। ଗଜପତି ଜିଲ୍ଲା ମୁଥାଗଡ଼ ଗାଁ’ର ଲୁକ ଦଳବେହେରା ଓ ଅନକ ଦଳବେହେରା (ବାପା-ପୁଅ)ଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯିବା ଅଭିଯୋଗରେ ସୁପ୍ରିମକୋର୍ଟ ଆଇନଜୀବୀ ତଥ‌ା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଏନ୍‌ଏଚ୍‌ଆର୍‌ସିରେ ପିଟିସନ୍‌ ଦାଖଲ କରାଯାଇଥିଲା। ରାଜ୍ୟରେ ଗୁଣିଗାରେଡ଼ି ଆଇନର ସଠିକ କ୍ରିୟାନ୍ବୟନ ହେଉନାହିଁ ବୋଲି ଶ୍ରୀ ତ୍ରିପାଠୀ ପିଟିସନ୍‌ରେ ଉଲ୍ଲେଖ କରିବା ସହିତ ଏହି ମାମଲାରେ ଶ୍ରୀ ତ୍ରିପାଠୀ ଏନ୍‌ଏଚ୍‌ଆର୍‌ସିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର