ଆତଙ୍କବାଦୀ ବିରୋଧ ଅଭିଯାନ ଜରିଆରେ ୨୪ଘଣ୍ଟା ମଧ୍ୟରେ ତିନି ଲସ୍କର ଆତଙ୍କବାଦୀ ଗିରଫ

ଶ୍ରୀନଗର: କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ଘାଟିରେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ତୀବ୍ର କରି ଦିଆଯାଇଛି। ଘାଟିରେ ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆତଙ୍କବାଦୀ ବିରୋଧ ଅଭିଯାନ ତୀବ୍ର ହୋଇ ଲସ୍କର-ଇ-ତୋଏବାର ତିନିଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

ସେହିପରି ସୁରକ୍ଷାବଳ ବାରାମୂଳା ଉତ୍ତର କଶ୍ମୀରର ସୋପୋର ଅଞ୍ଚଳରେ ଏଲଇଟିର ଜଣେ ଆତଙ୍କବାଦୀକୁ ଗିରଫ କରିଛନ୍ତି। ଜମ୍ମୁ-କଶ୍ମୀର ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷାବଳ ଟିମ୍‌ ମିଳିତ ଭାବେ ଅସ୍ତ୍ରଶସ୍ତ୍ର ଓ ଗୋଳା-ବାରୁଦ ସହିତ ଉକ୍ତ ଆତଙ୍କବାଦୀକୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ଆତଙ୍କବାଦୀ ଗତ ୧୫ଦିନ ହେବ ସକ୍ରିୟ ଥିଲା ଓ ସେ ପୁରୁଣା ସହର ବାରମୂଳାର ନିବାସୀ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ଲସ୍କରର ତିନିଜଣ ଓଭର ଗ୍ରାଉଣ୍ଡ ୱାର୍କର (ଓଜିଡବ୍ଲୁ)କୁ ସୁରକ୍ଷାବଳ ସଗାମ ଅଞ୍ଚଳରୁ ତିନିଟି ଗ୍ରେନେଡ ସହିତ ଗିରଫ କରିଥିଲେ। ସୁରକ୍ଷାବଳ ଗତ ଦୁଇଦିନ ହେବ ଆତଙ୍କବାଦୀ ବିରୋଧୀ ଅଭିଯାନ ତୀବ୍ର କରି ଦେଇଛନ୍ତି।

ସମ୍ବନ୍ଧିତ ଖବର