କଶ୍ମୀରର କାଜିଗୁଣ୍ଡରେ ବିଜେପି ସରପଞ୍ଚଙ୍କୁ ଗୁଳି ମାରି ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର: ଗୁରୁବାର ଦିନ ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ କାଜିଗୁଣ୍ଡ ବ୍ଲକ୍ ଅଧୀନ ୱେସୁ ଗାଁରେ ଆତଙ୍କବାଦୀମାନେ ଅନ୍ୟ ଜଣେ ବିଜେପି ସରପଞ୍ଚଙ୍କୁ ତାଙ୍କ ଘର ନିକଟରେ ଗୁଳି ମାରି ହତ୍ୟା କରିଛନ୍ତି।

ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ଦ୍ବାରା ନିହତ ସରପଞ୍ଚ ହେଉଛନ୍ତି ସାଜଦ ଅହମଦ୍ ଖାଣ୍ଡେ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଅନନ୍ତନାଗସ୍ଥିତ ଜିଏମ୍‌ଜି ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିବା କଥା ସିଏମ୍‌ଜି ହସ୍ପିଟାଲ୍‌ର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ୍‌ ଡାକ୍ତର ମହମଦ୍ ଇକ୍‌ବାଲ୍ ସୋଫି କହିଛନ୍ତି।

୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହା ହେଉଛି ଜମ୍ମୁ ଓ କଶ୍ମୀରରେ ସରପଞ୍ଚଙ୍କ ଉପରେ ଦ୍ବିତୀୟ ଆକ୍ରମଣ। ପୂର୍ବରୁ ଅଗଷ୍ଟ ୪ ତାରିଖ ସନ୍ଧ୍ୟାରେ ଅଖ୍ରାନ୍ କାଜିଗୁଣ୍ଡରେ ଆତଙ୍କବାଦୀମାନେ ବିଜେପି ସରପଞ୍ଚ ଅରିଫ୍ ଅହମଦ୍‌ଙ୍କୁ ଗୁଳିମାରି ସାଙ୍ଘାତିକ ଆହତ କରିଥିଲେ।

ଏହାଛଡ଼ା, ବିଜେପି ନେତା ୱାସିମ୍ ବାରି ଓ କଂଗ୍ରେସ ସରପଞ୍ଚ ଅଜୟ ପଣ୍ଡିତଙ୍କୁ ଜୁନ୍ ଓ ଜୁଲାଇ ମାସରେ ଆତଙ୍କବାଦୀମାନେ ହତ୍ୟା କରିଥିଲେ।

 

 

ସମ୍ବନ୍ଧିତ ଖବର