ଆପ୍‌କୁ ଜାତୀୟ ଦଳ ଘୋଷଣା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆପ୍‌କୁ ଜାତୀୟ ଦଳ ଘୋଷଣା କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଗୁଜରାଟରେ ୫ଟି ଆସନରେ ନିର୍ବାଚନ ଜିତି ଆପ୍‌ ଗୁଜରାଟରେ ନିଜର ଶକ୍ତିଶାଳୀ ଉପସ୍ଥିତି ଜାହିର କରିଛି। ଦଳ ଆଜି ଏକ ଜାତୀୟ ଦଳରେ ପରିଣତ ହୋଇଛି। କେଜ୍ରିୱାଲ କହିଛନ୍ତି, ୧୦ ବର୍ଷ ପୂର୍ବେ ଆପ୍‌ ଏକ କ୍ଷୁଦ୍ର ଦଳ ଥିଲା। କିନ୍ତୁ ଏବେ ୧୦ ବର୍ଷ ପରେ ଆପ୍‌ ୨ ଟି ରାଜ୍ୟରେ ସରକାର ଗଢ଼ିଛି ଏବଂ ଆଜି ଏହା ଏକ ଜାତୀୟ ଦଳରେ ପରିଣତ ହୋଇଛି। କେଜ୍ରିୱାଲ କହିଛନ୍ତି, ଦେଶରେ ଖୁବ୍‌ କମ୍‌ ଦଳକୁ ଜାତୀୟ ଦଳର ମାନ୍ୟତା ମିଳିଛି। ଆପ୍‌ ଏବେ ଏହି ଶ୍ରେଣୀରେ ସାମିଲ ହୋଇଛି। ଗୁଜରାଟ ବିଜେପିର ଗଡ଼ ବୋଲି ବିଶ୍ବାସ କରାଯାଏ। କିନ୍ତୁ ଚଳିତ ନିର୍ବାଚନ‌ରେ ଗୁଜରାଟରେ ଆପ୍‌ ୧୩ ପ୍ରତିଶତ ଭୋଟ୍‌ ହାସଲ କରି ବିଜେପି ଗଡ଼ରେ ପ୍ରବେଶ କରିଛି।

ସମ୍ବନ୍ଧିତ ଖବର